www.samajalive.in
Sunday, December 7, 2025
14.1 C
Bhubaneswar

ପିପିଲିରେ ମୋ ବସ୍‌‌କୁ ଅଟକାଇଲେ ଆନ୍ଦୋଳନକାରୀ

ପିପିଲି: ୧୦ ଦଫା ଦାବି ନେଇ ଡ୍ରାଇଭର ମହାମଞ୍ଚ ପକ୍ଷରୁ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିଥିବା ଷ୍ଟିଅରିଂ ଛାଡ ଆନ୍ଦୋଳନର ଦ୍ୱିତୀୟ ଦିନରେ ପିପିଲିଠାରେ ମୋ ବସ୍‌‌କୁ ୩ଘଣ୍ଟା କାଳ ଅଟକାଇଥିଲେ ଆନ୍ଦୋଳନରତ ଡ୍ରାଇଭର। ତେବେ ଆନ୍ଦୋଳନ ସମୟରେ ରୋଗୀବୁହା ଯାନ, ସ୍କୁଲ ଓ କଲେଜ ଗାଡି, କ୍ଷୀର ଓ ଖାଦ୍ୟ ନେଇ ଯାଉଥିବା ଯାନ, ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ଗାଡ଼ି ସମେତ ପର୍ଯ୍ୟଟକଙ୍କ ଗାଡ଼ିଗୁଡ଼ିକର ଯାତାୟତରେ କୌଣସି ପ୍ରତିବନ୍ଧକ ନଥିଲା।

ଭୁବନେଶ୍ୱରରୁ ପୁରୀ, ପିପିଲି ଓ କୋଣାର୍କ ଅଞ୍ଚଳକୁ ଯାଉଥିବା ମୋ ବସ୍‌ଗୁଡିକୁ ଗୁରୁବାର ସକାଳେ ପିପିଲି ଟୋଲ୍‌‌ ଗେଟ୍‌‌ ନିକଟରେ ଓଡ଼ିଶା ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନେ ଅଟକାଇବା ସହ ଗାଡ଼ିକୁ ଆଗକୁ ଯିବାକୁ ଦେଇନଥିଲେ। ପିପିଲି ଆଇଆଇସି ଅଭିମନ୍ୟୁ ନାୟକ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ପୂର୍ବାହ୍ନ ୧୦ଟାରେ ମୋ ବସ୍‌‌କୁ ସେମାନେ ଯିବାକୁ ଦେଇଥିଲେ। ତେବେ ଏହା ପରଠାରୁ ଏହି ରୁଟ୍‌‌ରେ କୌଣସି ମୋ ବସ୍‌‌ ଚଳାଚଳ କରିନଥିବା ସୂଚନା ମିଳିଛି। କେତେକ ଯାତ୍ରୀବାହୀ ଅଟୋରିକ୍ସାକୁ ସେଠାରେ ଅଟକା ଯିବାକୁ ନେଇ କିଛି ସମୟ ପାଇଁ ବିବାଦୀୟ ପରିସ୍ଥିତି ଉପୁଜିଥିବା ବେଳେ ଅଲ୍‌‌ ଓଡ଼ିଶା ମିଳିତ ଅଟୋ ମହାସଂଘର ପୁରୀ ଜିଲା ସଭାପତି ପ୍ରଫୁଲ୍ଲ ପ୍ରଧାନ ସେଠାରେ ପହଞ୍ଚି ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ଅଟୋରିକ୍ସାଗୁଡ଼ିକ ସ୍ୱାଭାବିକ ଭାବେ ଚଳାଚଳ କରିଥିଲା। ଡ୍ରାଇଭର ମହାସଂଘର ପୁରୀ ଜିଲାର ଉପସଭାପତି ଗୋପାଳ ଚନ୍ଦ୍ର ବାରିକ, ସଂପାଦକ କୁଲେନ ପାଟ୍ଟସାହାଣୀ, ପିପିଲି ବ୍ଲକ ସଭାପତି ଲକ୍ଷ୍ମୀଧର ବେହେରା, ଉପସଭାପତି ପ୍ରଦୀପ ସ୍ୱାଇଁ, ସଂପାଦକ ରଞ୍ଜନ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ମହାସଂଘର ୩ଶହରୁ ଊର୍ଦ୍ଧ୍ବ ସଦସ୍ୟ ତଥା ଡ୍ରାଇଭରମାନେ ପିପିଲିରେ ଆନ୍ଦୋଳନ ଚଳାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories