ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଚାରାରୋପଣ

ପିପିଲି: ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ଓ କୁଳଶିଖରପାଟଣା ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାରାରୋପଣର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। ଯୁବ ବିଜେଡିର ଭୁବନେଶ୍ୱର ଜୋନ୍‍ ସଭାପତି ବିଜୟ କେତନ ସାହୁ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ବିଜେଡି ରାଜ୍ୟ ସଂପାଦକ ପ୍ରୀୟବ୍ରତ ସାମନ୍ତରାୟ, ପୁରୀ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ସଂପାଦକ ସତ୍ୟଜିତ ରାୟଚୌଧୁରୀ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ଅମରଜ୍ୟୋତି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ୫୦ଟି େଔଷଧିୟ ଚାରାରୋପଣ କରିଥିଲେ। ପିପିଲି ବ୍ଲକ ଯୁବ ବିଜେଡି ସଭାପତି ରଶ୍ମୀରଞ୍ଜନ ବିଶ୍ୱାଳ, ଛାତ୍ର ବିଜେଡି ସଭାପତି ସୌମ୍ୟରଞ୍ଜନ ମହାପାତ୍ର, ଯୁବନେତା ବିଶ୍ୱଜିତ ଦାଶ, ପିଙ୍କୁ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

kalyan agarbati

Comments are closed.