ସମାଜସେବୀଙ୍କ ପରଲୋକ
ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ କରୁଥିଲେ ସହାୟତା
ପିପିଲି:ପିପିଲି ନିକଟବର୍ତ୍ତି ଦଳଭାଣପୁର ଗ୍ରାମର ବରିଷ୍ଠ ସମାଜସେବୀ ଧୃବଚରଣ ପାଣିଗ୍ରାହୀ ଙ୍କର ୭୭ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି। ସେ ଜଣେ ଉଚ୍ଚକୋଟିର ମେଳାପି, ମିଷ୍ଠଭାଷି, ସ୍ନେହୀ ପରୋପକାରୀ ମଣିଷ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ଦଳଭାଣପୁର, ପିପିଲି, ହରିପୁର ଓ ଏହାର ଆଖପାଖ ଅଞ୍ଚଳର ଅନେକ ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିଲେ। ସେ ହରିପୁର ପ୍ରାଥମିକ ବିଦ୍ୟାଳୟରେ କର୍ମଚାରୀ ଥିଲେ। ଚାକିରି ଜୀବନ କାଳ ମଧ୍ୟରେ ସେ ଅନେକ ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ସହାୟତା ପ୍ରଦାନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଥିଲେ।
ଚାକିରୀରୁ ଅବସର ନେବା ପରେ ଦଳଭାଣପୁର ଗ୍ରାମ ନିକଟରେ ସେ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠା କରିଥିବା ବେଳେ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ବିକାଶରେ ତାଙ୍କର ସ୍ୱତନ୍ତ୍ର ଅବଦାନ ଥିଲା। ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସେ ସର୍ବଦା ସାହାର୍ଯ୍ୟର ହାତ ବଢାଉଥିଲେ। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏକ ଶୋକାକୂଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ଦୁଇପୁଅ ରମାକାନ୍ତ ଓ ସୁଶାନ୍ତ ମୁଖାଗ୍ନି ଦେଇଥିଲେ।
Comments are closed.