BJD Bijuli 480×75 Mob

ମାଟ୍ରିକ୍‌‌ ଛାତ୍ରଛାତ୍ରୀଙ୍କୁ ଦିଆଗଲା ସଫଳତାର ମନ୍ତ୍ର

BJD Bijuli 480×75 Mob

ପିପିଲି : ପିପିଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ହାଇସ୍କୁଲର ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଆଗାମୀ ବୋର୍ଡ ପରୀକ୍ଷାର ପ୍ରସ୍ତୁତି ପାଇଁ କେତୋଟି ସହଜ ଉପାୟ ଓ ନିୟମାବଳୀ ସଂପର୍କରେ ଉପଯୋଗୀ ଟିପ୍ସ ପ୍ରଦାନ କରାଯାଇଥିଲା। ସିଆର୍‌‌ସିସି ଚିନ୍ତାମଣୀ ଓଝା, ବିଦ୍ୟାଳୟର ପ୍ରଧାନଶିକ୍ଷକ ହରେକୃଷ୍ଣ ସେନାପତି, ଶିକ୍ଷୟିତ୍ରୀ ନିର୍ମଳା କୁମାରୀ ନାୟକ, ନମିତା ବିଶ୍ୱାଳ, ମହେନ୍ଦ୍ର ଡାଙ୍ଗୁଆ, ଇତିଶ୍ରୀ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଚାପମୁକ୍ତ ରହି କିପରି ସୁଚାରୁ ରୂପେ ଦଶମ ବୋର୍ଡ ପରୀକ୍ଷାରେ ସଫଳତା ହାସଲ କରିପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ। ସୁଷମ ଖାଦ୍ୟ ଖାଇବା, ବିଶ୍ରାମ, ଦୈନିକ ୧୦ରୁ ୧୪ଘଣ୍ଟା ପାଠ ପଢିବା, ବାହାର ତେଲ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା, ଦିନକୁ ୬ରୁ ୮ଗ୍ଲାସ ଉଷୁମ ପାଣି ପିଇବା, ପରୀକ୍ଷା ଗୃହରେ ପ୍ରଶ୍ନ ପାଇବା ପରେ ପ୍ରଥମେ ପ୍ରଶ୍ନ ଗୁଡିକୁ ଠିକ୍‌‌ ଭାବେ ପଢିବା, ସହଜ ପ୍ରଶ୍ନରୁ ଉତ୍ତର ଲେଖିବା ଆରମ୍ଭ କରିବା, ମାର୍କ ଅନୁସାରେ ମୁଖ୍ୟ ପଏଣ୍ଟ ଗୁଡିକ ଲେଖିବା ଆଦି ସଂପର୍କରେ ସେମାନେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ସେହିପରି ସିଉଳା ସ୍ଥିତ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାପୀଠ ଠାରେ ପ୍ରଧାନଶିକ୍ଷକ ନିମାଇଁ ଚରଣ ଆଚାର୍ଯ୍ୟ ଓ ଶିକ୍ଷକ ରମା ପଣ୍ଡା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ୍ୱ ଆଗାମୀ ବୋର୍ଡ ପରୀକ୍ଷାର ପ୍ରସ୍ତୁତି ପାଇଁ ସଫଳତାର ଟିପ୍ସ ପ୍ରଦାନ କରିଥିଲେ।

Comments are closed.