www.samajalive.in
Sunday, December 7, 2025
14.1 C
Bhubaneswar

କୋମଳ ଓ ଗୋଲାପି ଓଠ ପାଇଁ…..

ଥଣ୍ଡା ସମୟରେ ହେଉ ଅଥବା ଅନେକ ସମୟରେ ବହୁ ଲୋକଙ୍କ ଓଠ ଶୁଷ୍କ ହୋଇଥାଏ। ଏହାସହ ଓଠରେ ଏକ କଳା ରଙ୍ଗର ଆସ୍ତରଣ ରହିବା ଭଳି ମଧ୍ୟ ଅନୁଭବ ହୋଇଥାଏ। ଆପଣ ଯଦି ଏହି ସମସ୍ୟା ପାଇଁ ଚିନ୍ତିତ ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ ବିଷୟରେ
– ଅଧ ଚାମଚ କଫି ଗୁଣ୍ଡରେ ଅଳ୍ପ କିଛି ସର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଓଠରେ ଲଗାଇ ୨ ରୁ ୩ ମିନିଟ ରଖନ୍ତୁ। ଏହାପରେ ହାତ ଆଙ୍ଗୁଠି ଟିପରେ ଧିରେ ଧିରେ ଏହାକୁ କାଢି ଦିଅନ୍ତୁ।
– ଏହାପରେ ମୁହଁ ଓ ଓଠକୁ ସାଧାରଣ ପାଣିରେ ଧୋଇ ଦିଅନ୍ତୁ। ପରେ ଓଠରେ ଆପଣ ନିୟମିତ ବ୍ୟବହାର କରୁଥିବା ଲିପବାମ୍‍ ଲଗାନ୍ତୁ। ଏଭଳି କରିବା ଦ୍ୱାରା ୫ ରୁ ୭ ମିନିଟ ମଧ୍ୟରେ ଶୁଷ୍କପଣ ଦୂର ସହ ଓଠର ରଙ୍ଗକୁ ଗୋଲାପି କରିଥାଏ।ସପ୍ତାହକୁ ୩ ରୁ ୪ଥର ଏହି ଉପାୟ କରନ୍ତୁ।
ଆପଣ ମଧ୍ୟ ଯଦି ନିଜ ଓଠ ରଙ୍ଗକୁ ପ୍ରାକୃତିକ ଉପାୟରେ ଗୋଲାପି କରିବାକୁ ଚାହୁଁଛନ୍ତି ଜାଣନ୍ତୁ ଏହି ଘରୋଇ ଉପାୟ ବିଷୟରେ
ଆବଶ୍ୟକ ସାମଗ୍ରୀ
ବିଟ
ବାଦାମ ତେଲ
ପ୍ରଥମେ ବିଟକୁ ଭଲ ଭାବେ ଧୋଇ ଏହାର ଚୋପାକୁ ବାହାର କରି , ଏହାକୁ କୋରି ଦିଅନ୍ତୁ। କୋରା ହୋଇଥିବା ବିଟକୁ ଶୁଖାଇ ଦିଅନ୍ତୁ। ଭଲ ଭାବେ ଏହାକୁ ଶୁଖାଇବା ପରେ ଏହାକୁ ପେଷି ପାଲିସ ଭାବେ ଗୁଣ୍ଡ କରି ଦିଅନ୍ତୁ। ୨ଚାମଚ ବିଟ ଗୁଣ୍ଡରେ ୨ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣ ବା ପ୍ରସ୍ତୁତ ଲିପ ବାମକୁ ଛୋଟ କାଚ ବୋତଲରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତୁ। ନିୟମିତ ଦିନ ସମୟରେ ୨ରୁ ୩ ଥର ଓ ରାତିରେ ଥରେ ଏହାକୁ ଲଗାଇ ଶୁଅନ୍ତୁ। ଏକ ମାସ ଲଗାଇବା ପରେ ଏହାର ଚମତ୍କାରିତା ଅନୁଭବ କରିପାରିବେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories