ଆକାଶରେ ଦେଖାଯିବ ଗୋଲାପି ଜହ୍ନ
ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖ ଅର୍ଥାତ ଶନିବାର ଆକାଶରେ ଦେଖାଯିବ ଗୋଲାପି ଜହ୍ନ । ଆପଣ ଧଳା ଜହ୍ନ ଓ ଚନ୍ଦ୍ର ଗ୍ରହଣ ପରେ ନାଲି ଚହ୍ନକୁ ନିଶ୍ଚୟ ଦେଖିଥିବେ । ହେଲେ ବର୍ତ୍ତମାନ ଆକାଶରେ ଗୋଲାପି ଜହ୍ନ ଦେଖା ଦେବା ନେଇ ନାସା ସୂଚନା ଦେଇଛି । ନାସା କହିଛି କି ଆସନ୍ତା ୧୬ ତାରିଖ ଅର୍ଥାତ୍ ଶନିବାର ପିଙ୍କ୍ ଜହ୍ନ ଆକାଶରେ ଦେଖାଦେବ । ବର୍ତ୍ତମାନ ବସନ୍ତ ଋତୁ ଏବଂ ଚାରି ଆଡେ ଧୀରେଧୀରେ ଅନେକ ଫୁଲ ଫୁଟିବାରେ ଲାଗିଛି । ଏହାକୁ ନଜରରେ ରଖି ବୈଜ୍ଞାନିକ ମାନେ ଅପ୍ରେଲର ଏହି ପୂର୍ଣ୍ଣ ଚନ୍ଦ୍ରକୁ ଗୋଲାପି ଚନ୍ଦ୍ର ବୋଲି ନାମିତ କରିଛନ୍ତି ।
ନାସାର କହିବା ଅନୁସାରେ ଏହି ଦୃଶ୍ୟ ଦିନ ୨ଟା ୫୫ ମିନିଟ୍ରେ ଦୃଶ୍ୟମାନ ହେବ । ହେଲେ ମାତ୍ର ମୁହୂର୍ତ୍ତକ ପାଇଁ ଏହା ସମ୍ପୂର୍ଣ୍ଣ ମାତ୍ରାରେ ଦେଖାଦେବ । ଏହା ଏକ ପୂର୍ଣ୍ଣ ଚନ୍ଦ୍ର ସପ୍ତାହାନ୍ତ ହେବ ବୋଲି ୱାଶିଂଟନ୍ ଡି.ସି. ସ୍ଥିତ ନାସା ମୁଖ୍ୟାଳୟର ସାଇନ୍ସ ମିସନ୍ ଡାଇରେକ୍ଟୋରେଟ୍ର ପ୍ରୋଗ୍ରାମ୍ ଏକ୍ଜିକ୍ୟୁଟିଭ୍ ଗୋର୍ଡନ୍ ଜନ୍ଷ୍ଟନ୍ କହିଛନ୍ତି । ଅନ୍ୟପଟେ ଆଗାମୀ ଚନ୍ଦ୍ରଗ୍ରହଣ ମେ ମାସ ୧୫-୧୬ ତାରିଖରେ ହେବାକୁ ଯାଉଛି । ଆସନ୍ତା ମେ ମାସରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଉତ୍ତର ଓ ଦକ୍ଷିଣ ଆମେରିକାର କିଛି ସ୍ଥାନ ସହ ୟୁରୋପ, ଆଫ୍ରିକା ଓ ଏସିଆରେ ଦୃଶ୍ୟମାନ ହେବ ବୋଲି କୁହାଯାଇଛି ।
Comments are closed.