www.samajalive.in
Sunday, December 7, 2025
14.1 C
Bhubaneswar

ଆଚାରରେ ଭରିରହିଛି ଆଣ୍ଟିଅକ୍ସିଡାଣ୍ଟ

ଭୁବନେଶ୍ୱର,୨୯ା୫: ଭାରତୀୟ ଖାଦ୍ୟରେ ଆଚାର ଏକ ମୁଖ୍ୟ ସ୍ଥାନ ନେଇଛି। ଆମ ଖାଦ୍ୟ ଥାଳିରେ ଶହ ଶହ ବର୍ଷ ଧରି ସ୍ଥାନ ପାଇଆସୁଥିବା ଆଚାରର ପ୍ରସ୍ତୁତି ପ୍ରଣାଳୀ ଏବଂ ଏଥିରେ ବ୍ୟବହାର କରାଯାଉଥିବା ସାମଗ୍ରୀ ମଧ୍ୟ ଦେଶର ବିଭିନ୍ନ ଭାଗରେ ଭିନ୍ନଭିନ୍ନ ହୋଇଥାଏ। ଏହା ମିଠା, ଲୁଣି ଓ ଖଟା, ରାଗ ଆଦି ବିବିଧ ସ୍ୱାଦରେ ଉପଲବ୍ଧ ହେଉଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତରେ ଆଚାରର ବଜାର ପ୍ରାୟ ୧୫୦୦ କୋଟି ଟଙ୍କା। ଭାରତର ଆଚାର ବର୍ଗ ବଜାରରେ ଅଗ୍ରଣୀ ସ୍ଥାନରେ ରହିଛି ନିଲନ୍ସ। ଏହି କମ୍ପାନୀ ଏବେ ଉପଭୋକ୍ତାଙ୍କ ପାଇଁ ଆମ୍ବ, କଞ୍ଚା ଲଙ୍କା ଏବଂ ମିଶ୍ରିତ କିସମର ରାଜସ୍ଥାନି ଆଚାରର ସଦ୍ୟତମ ଉତ୍ପାଦ ବଜାରକୁ ଆଣିବା ସହିତ ସହିତ ତାହାର ବର୍ଗମାଳାକୁ ପରିବର୍ଦ୍ଧିତ କରିଛି। ନିଲନ୍ସର ଆଚାରଗୁଡିକ ମସଲାର ସୁସ୍ୱାଦୁ ମିଶ୍ରଣରେ ନିଖୁଣ ଭାବରେ ପ୍ରସ୍ତୁତ ହୋଇଛି, ଯେଉଁଥିପାଇଁ ଅତି ଯତ୍ନର ସହିତ ଫଳ ଓ ପନିପରିବା ଚୟନ ସହିତ ଆଚାରରେ ସର୍ବୋତ୍ତମ ତୈଳ ଅତ୍ୟନ୍ତ ସ୍ୱାସ୍ଥ୍ୟକର ପରିସ୍ଥିତିରେ ବ୍ୟବହାର କରାଯାଇଛି, ଯାହା ଏହାକୁ ଭାରତୀୟ ବଜାରରେ ଅନ୍ୟତମ ସର୍ବାଧିକ ଭରସାଯୋଗ୍ୟ ବ୍ରାଣ୍ଡ୍‍ ଭାବରେ ପ୍ରତିଷ୍ଠିତ କରାଇଛି। ନିଲନ୍ସର ନିର୍ଦ୍ଦେଶକ ଏବଂ ସିଇଓ ରାଜୀବ ଅଗ୍ରୱାଲ କହିଛନ୍ତି, ଆଚାରରେ ଆଣ୍ଟିଅକ୍ସିଡାଣ୍ଟ ତତ୍ୱ ରହିଛି ଏବଂ ଏହା ପ୍ରିବାୟୋଟିକ୍ସର ଏକ ଚମତ୍କାର ଉତ୍ସ, ଯାହା ସ୍ୱାସ୍ଥ୍ୟ ପାଇଁ ବହୁବିଧ ଫାଇଦା ଯୋଗାଇ ଦେଉଛି, ଯେପରିକି ହଜମ ପ୍ରକ୍ରିୟାରେ ଉନ୍ନତି, ଶରୀରକୁ ଆବଶ୍ୟକ ଖଣିଜ ସାର ଓ ଭିଟାମିନ ଯୋଗାଇବା ଏବଂ ଅଲ୍‍ସର ହ୍ରାସ କରିବା ଆଦି ଅନ୍ୟତମ। ନିଲନ୍ସର ପରିଚାଳନା ନିର୍ଦ୍ଦେଶକ ଦୀପକ ସାଂଘଭୀ କହିଛନ୍ତି, ଆମେ ବଜାରରେ ଅଗ୍ରଣୀ ସ୍ଥାନରେ ରହିଥିବାରୁ ଆମ ଉତ୍ପାଦ ପ୍ରସ୍ତୁତି ପାଇଁ ଆମେ ସର୍ବୋତ୍ତମ ସାମଗ୍ରୀ, ଶୁଦ୍ଧ ପାରମ୍ପରିକ ମିଶ୍ରିତ ମସଲାର ବ୍ୟବହାର ସହିତ ପ୍ରସ୍ତୁତି ସମୟରେ କଡାକଡି ସ୍ୱାସ୍ଥ୍ୟଗତ ଦିଗ ବଜାୟ ରଖିବା ସୁନିଶ୍ଚିତ କରୁଛୁ। ଆମ ଉତ୍ପାଦ ବର୍ଗମାଳାର ନିରନ୍ତର ସଂପ୍ରସାରଣ ଏବଂ ଉକ୍ତ ବର୍ଗର କ୍ରମ ଅଭିବୃଦ୍ଧି ଏହା ପ୍ରତିପାଦିତ କରୁଛି ଯେ ଉପଭୋକ୍ତାଙ୍କ ପାଇଁ ଆମେ ଅନ୍ୟତମ ପସନ୍ଦଯୋଗ୍ୟ ବ୍ରାଣ୍ଡ୍‍ ହୋଇଛୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories