www.samajalive.in
Monday, December 15, 2025
15.1 C
Bhubaneswar

ଭିନ୍ନ ଏକ ପ୍ରସ୍ତୁତି – ଉଦଘାଟିତ ହେଲା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କକ୍ଷ

ଫୁଲବାଣୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତାଳଦଣ୍ଡିକିଆ ପଂଚାୟତ କରଣ୍ଡାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କକ୍ଷ ବା ଶ୍ରେଣୀ କୋଠରୀ ର ଉଦଘାଟନି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିମାଞ୍ଚଳ ମୂଖି ଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଏହି କକ୍ଷ ର ନିର୍ମାଣ କରା ଯାଇଥିବା ବେଳେ ଏହା ଓଡ଼ିଶାର ପ୍ରଥମ ବିଦ୍ୟାଳୟ ଯଉ ବିଦ୍ୟାଳୟ ରେ ଏଭଳି କକ୍ଷ ନିର୍ମାଣ କରା ଯାଇଛି ।

ତେବେ ଆଗରୁ ମଧ୍ୟ ଏହି ପ୍ରଧାନ ଶିକ୍ଷକ ଜଣକ ଘରେ ଘରେ କଳାପଟା ଭଳି ପଦକ୍ଷେପ ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ଏହି କାର୍ଯ୍ୟକ୍ରମ ପାଇଁ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି. ତେବେ ଏହି ଶ୍ରେଣୀ କୋଠରୀ ଦ୍ୱାରା ପ୍ରଥମ. ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ ପାଠ ପଢୁ ଥିବା ଛାତ୍ର ଛାତ୍ରୀ ମାନଙ୍କ ଭାଷା ଓ ଗଣିତର ଦକ୍ଷତା ବିକାଶ ହୋଇ ପାରିବ ଏବଂ ଛାତ୍ର ଛାତ୍ରୀ ସହଜରେ ଗଣିତ ଓ ଭାଷା ବୁଝିପାରିବେ।

- Advertisement -

ଅନ୍ୟପଟେ କୋଠରୀକୁ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଚିତ୍ର ଓ ଶିକ୍ଷଣ ସାମଗ୍ରୀ ରେ ସଜ୍ଜିତ କରାଯାଇଛି. ତେବେ ଏହି ଶ୍ରେଣୀ କୋଠରୀର ଉଦଘାଟନି ଉତ୍ସବରେ ଫିରିଙ୍ଗିଆ ଗୋଷ୍ଠି ଶିକ୍ଷାଧିକାରୀ ବିନୋଦ ବିହାରୀ ଡିଗାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପିରାମଳ ଫାଉଣ୍ଡେସନ ର ସଦସ୍ୟ ପ୍ରାର୍ଥନା ଅପା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବର୍ଧନ ସାହୁ. ପଡେରୀପଡା ସିଅରସିସି ସୁଶାନ୍ତ କୁମାର ଡିଗାଲ. ବନ୍ଧଗଡ଼ ସିଅରସିସି ଗୌରବ କହଁର. ଶିକ୍ଷକ କଲେଶ୍ୱର କହଁର. ଯତୀନ୍ଦ୍ର କୁମାର ପରିଡା. ସୁରେଶ ଚନ୍ଦ୍ର ବଳିୟାରସିଂଙ୍କ ସହ ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories