ଅନ୍ଵେଷା ପରିସରରେ ଚାରା ରୋପଣ 

ଫୁଲବାଣୀ :  କନ୍ଧମାଳ ଜିଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ  ବନ ବିଭାଗ ରେଞ୍ଜ ସହାୟତାରେ ରୋଟାରୀ କ୍ଲବ ପକ୍ଷରୁ ରବିବାର  ନାରାୟଣୀ ରୋଡ ସ୍ଥିତ ଅନ୍ଵେଷା ହଷ୍ଟେଲ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବନାଞ୍ଚଳ ଅଧିକାରୀ ଶିବ ପ୍ରସାଦ ଲେଙ୍କା ଯୋଗଦେଇ ଥିବା ବେଳେ ରୋଟାରୀ କ୍ଲବ ସଭାପତି ବିରାଜିନୀ ମହାପାତ୍ର, ସମ୍ପାଦିକା ସୁନୀତି ଆଚାରୀଙ୍କ ସମେତ  ଫରେଷ୍ଟର ସରୋଜ ମିଶ୍ର, ବରିଷ୍ଠ ରୋଟାରୀଆନ ତଥା ସମାଜସେବୀ ବିପ୍ରଚରଣପାତ୍ର, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ଆଇନଜୀବୀ ବିଜୟ ପଟନାୟକ ପ୍ରମୁଖ ଯୋଗ ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକରୁ ଅଧିକ  ବୃକ୍ଷରୋପଣ କରିବାଲାଗି ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଜଙ୍ଗଲ ରେ ନିଆଁ ନଲଗାଇବା  ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ। ଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି  ବରିଷ୍ଠ ରୋଟାରୀଆନ ବିପ୍ରଚରଣ ପାତ୍ର କହିଥିଲେ।
ଏହି କାର୍ଯ୍ୟକ୍ରମରେ  ରୋଟାରୀଆନ ମିନି ନାୟକ, ସୁନିତା ରାଣୀ ନାୟକ, ବିରଜା ପ୍ରସାଦ ନାହାକ, ହରିଶ୍ଚନ୍ଦ୍ର ମହାରଣା, କୁନ୍ଦନ ସିଂ, ପଦ୍ମ ଚରଣ ସ୍ୱାଇଁ, ରବୀନ୍ଦ୍ର ନାଥ ସୁବୁଦ୍ଧି, ଦେବେନ୍ଦ୍ର ପାତ୍ର, ଜ୍ଞାନ ରଞ୍ଜନ ଦୋରା, ପ୍ରଶାନ୍ତ ପାଣିଗ୍ରାହୀ ପିକେ ପଣ୍ଡା, ମନୋରଞ୍ଜନ ପଟନାୟକ, ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା,ସର୍ବେଶ୍ୱର ମିଶ୍ର ଓ ଅକ୍ଷୟ ପଣ୍ଡା,ରଶ୍ମି ରଞ୍ଜନ ଶତପଥି ଙ୍କ ସମେତ ପବ୍ଲିକ ସ୍କୁଲ ର ବହୁ ଶିକ୍ଷକ, ଶିକ୍ଷୟତ୍ରୀ, ଆଦିତ୍ୟ ତ୍ରିପାଠୀ, ଶିବରାମ ନାୟକ, ଶିବଶଙ୍କର ନାୟକ, ମୁସ୍କlନ ସୁଆର, ଶିବ ବିଶ୍ୱାଳ, କାହ୍ନା ପଟନାୟକ, ପ୍ରଶାନ୍ତ ଜେନା, ସଦାଶିବ ପାତ୍ର, ସମେତ ସମାଜସେବୀ, ପରିବେଶ ବିତ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

Comments are closed.