ଜିଲାସ୍ତରୀୟ କାରିଗର ସମାବେଶ, ହସ୍ତଶିଳ୍ପୀ ଓ ବୁଣାକାରଙ୍କ ମଧ୍ୟରେ ଏକତା ବିଷୟରେ ଆଲୋଚନା
ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ କନ୍ଧମାଳ ଜିଲା କାରିଗର ମହାସଂଘର ଏକ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଗତ ଫେବୃୟାରୀ ୧୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଘୋଷଣା କରାଯାଇଛି । ଯାହାକି ରାଜ୍ୟର ଲକ୍ଷ ଲକ୍ଷ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି । ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ଐତିହାସିକ ବୋଲି ଶିଳ୍ପୀ ମହାସଂଘ କହିଛି । ମହାସଂଘର ଦୀର୍ଘଦିନର ଆନ୍ଦୋଜନ ପରେ ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଏଭଳି ଏକ ସତନ୍ତ୍ର ଭେଟି ଦେଇଥିବାରୁ ଓଡିଶା ଶିଳ୍ପୀ ମହାସଂଘ ଫିରିଙ୍ଗିଆଠାରେ ଆୟୋଜିତ ଯାଜପୁର ଜିଲା ହସ୍ତଶିଳ୍ପୀ ଓ ବୁଣାକାର ସମାବେଶରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛି।
ସୂଚନା ଥାଉକି, ଗତ ୨୦୧୯ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଓଡିଶା ଶିଳ୍ପୀ ମହାସଂଘର ବାରମ୍ବାର ଅନୁରୋଧ ପରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପାଇଁ ମାସିକ ଆର୍ଥିକ ସହାୟତା କଥା ଘୋଷଣା କରିଥିଲେ । ବିଡମ୍ବନାର ବିଷୟ ରାଜ୍ୟ ସରକାରଙ୍କ ଏହି ଘୋଷଣା କାଯ୍ୟକାରୀ ହୋଇ ପାରିନଥିଲା । ହତୋତ୍ସାହ ନହୋଇ ଓଡିଶା ଶିଳ୍ପୀ ମହାସଂଘ ଦୀର୍ଘ ୫ ବର୍ଷ ଧରି ଧାରଣା, ସମାବେଶ ଓ ପତ୍ରାଳାପ ମାଧ୍ୟମରେ ସରକାରଙ୍କୁ ଏହି ଘୋଷଣା କାଯ୍ୟକାରୀ କରିବାକୁ ଦାବୀ ଜଣାଇ ଆସୁଥିଲା । ଶେଷରେ ମୁଖ୍ୟମନ୍ତ୍ରୀ ଓଡିଶା ଶିଳ୍ପୀ ମହାସଂଘର ଅନୁରୋଧ ରକ୍ଷା କରିଥିଲେ ଓ ଗତ ୧୪ ତାରିଖରେ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପାଇଁ ମାମିକ ଆର୍ଥିକ ସହାୟତା ଯୋଜନା ଭଳି ଏକ ବଡ ଉପହାର ଭେଟି ଦେଇଥିଲେ । ଏହି ଯୋଜନା ଅଧୀନରେ ଉଭୟ ୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ହସ୍ତଶିଳ୍ପୀ ଏବଂ ବୁଣାଳାରଙ୍କୁ ମାସିକ ଆର୍ଥିକ ସହାୟତା ବାବଦକୁ ୨୦୦୦ ଟଙ୍କା ପ୍ରଦାନ କରାଯିବ । ସେହିଭଳି ୮୦ ବର୍ଷରୁ ଅଧିକ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ମାସିକ ୨୫୦୦ଟଙ୍କା ପ୍ରଦାନ କରାଯିବ । ବର୍ଷକୁ ଏକ ଲକ୍ଷ ଟଙ୍କାରୁ କମ ଆୟ କରୁଥିବା ଆର୍ଥିକ ଭାବେ ଦୁର୍ବଳ ବୁଣାକାର ଓ ହସ୍ତଶିଳ୍ପୀଙ୍କ ପାଇଁ ଏହି ଯୋଜନା ଉଦ୍ଧିଷ୍ଟ ଅଟେ । ଖାଲି ସେତିକି ନୁହେଁ, ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରର ବିକାଶ ପାଇଁ ଶିଳ୍ପୀ ମହାସଂଘର ଅନୁରୋଧ କ୍ରମେ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ ଗଠନ, ପରିଷଦ ପାଇଁ ଖଣ୍ଡଗିରି ନିକଟରେ ସତନ୍ତ୍ର କାର୍ଯ୍ୟାଳୟର ଉଦଘାଟନ, ମଞ୍ଚେଶ୍ୱର ଉଭୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପାଇଁ ରହଣୀସ୍ଥଳ ବ୍ୟବସ୍ଥା, ହସ୍ତଶିଳ୍ପୀଙ୍କ ବିକାଶ ପାଇଁ ସମସ୍ତ ଜିଲ୍ଲାରେ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ ଖୋଲାଯିବା ଆଦି ଏକ୍ଷେତ୍ରର ଗୋଟିଏ ଗୋଟିଏ ମାଇଲଖୁଣ୍ଟ ସଦୃଶ । ଏସବୁ କାରିଗର ଓ ବୁଣାକାରଙ୍କ ଏକତା ପାଇଁ ସମ୍ଭବ ହୋଇପାରିଛି ବୋଲି ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି କହିଥିଲେ ।
ଏହି ସମାବେଶର ମୁଖ୍ୟ ଅତିଥି ଭାବରେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହ ଓଡିଶା ଶିଳ୍ପୀ ମହାସଂଘର ସୁଦୀର୍ଘ ଲଢେଇର ସ୍ମୃତିଚାରଣ କରିବା ସହ ଗୋଟିଏ ଫଳ ତଳେ ଏକାଠି ହୋଇ ଲଢେଇ ଜାରୀ ରଖିବାକୁ ଉପସ୍ଥିତ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଅନୁରୋଧ ଜଣାଇଥିଲେ । ଓଡିଶା ଶିଳ୍ପୀ ମହାସଂଘର ସମ୍ପାଦକ ପ୍ରିୟରଞ୍ଜନ କରଙ୍କ ସଂଚାଳନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥୀ ଭାବେ ସଂଗଠନ ସମ୍ପାଦିକା ସରୋଜିନୀ ଦାସ, ମହାସଂଘର ଉପଦେଷ୍ଟା। ସିଦ୍ଧାର୍ଥ ଘୋଷ, କନ୍ଧମାଳ ଜିଲ୍ଲା ସଭାପତି ସଂଯୁକ୍ତା ବିଶୋୟୀ, ସମ୍ପାଦକ ଆଲୋକ ବେହେରା, କୋଷାଧ୍ୟକ୍ଷ ମାଧବ ସାହୁ ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ । ଆଜିର ସମାବେଶରେ ଏହି ମାସିକ ଆର୍ଥିକ ସହାୟତା ଯୋଜନାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଦାବୀ କରାଯାଇଥିଲା ।ଏହି ସମାବେଶରେ ମାରା କନ୍ଧମାଳ ଜିଲ୍ଲାରୁ ତିନିଶହରୁ ଉଦ୍ଧ ହସ୍ତଶିଳ୍ପୀ ସାମିଲ ହୋଇଥିଲେ । ଶିଳ୍ପୀ ମହାସଂଘର ସମ୍ପାଦକ ପ୍ରିୟରଞ୍ଜନ କର ମଞ୍ଚ ପରିଚାଳନା କରିଥିବାବେଳେ କନ୍ଧମାଳ ଜିଲ୍ଲା ସଭାପତି ସଂଯୁକ୍ତା ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ସାଗର ନାୟକ, ପୂର୍ଣଚନ୍ଦ୍ର ରଣା, ସନ୍ତୁ ପାରାଶେଠ, କୁସୁମ କୁଅଁର, ଆଳତୀ ଜାନୀ, ମାଳତୀ ଜାନୀ, ବାନୁ ନାୟକ, ଶୁଷମା ମହାରଥା, ସୌଦାମିନା ରାଜୁ ପ୍ରମୁଖ ସହଯୋଗ କରିଥିଲେ ।
Comments are closed.