ମା ବରାଳ ଦେବୀ ଆନ୍ତଃଜିଲା ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତର ମଣିପଦର ଠାରେ ମା’ ବରାଳ ଦେବୀ ଆନ୍ତଃଜିଲା ସ୍ଥ ରୀୟ ଚ୍ୟାଲେଞ୍ଜ କ୍ରିକେଟ କପ ୨0୨୪ ଉଦଘାଟିତ ହୋଇଛି। ବରାଳ ଦେବୀ କ୍ରିକେଟ କ୍ଳବ ବନ୍ଧଗଡ଼ ଆନୁକୂଲ୍ୟରେ କ୍ଲବ ର ସଭାପତି ସରୋଜ କୁମାର ପୃଷ୍ଟିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କ୍ରିକେଟ ଟୁର୍ନାମେଣ୍ଟ ର ଉଦଘାଟନୀ ଉତ୍ସବରେ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ  ବୀରେନ୍ଦ୍ର କହଁର ମୁଖ୍ୟଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ଫିରିଙ୍ଗିଆ ପ୍ରେସ କ୍ଳବ ସଭାପତି ଉତ୍ତମ ଖମାରି, କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି, ସମଜସେବୀ ବିଶିପତି କହଁର, ମୋନଜ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କ୍ରିକେଟ ଟୁର୍ନାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ଷୋହଳଟି ଟିମ ଭାଗ ନେଇଥିବା ବେଳେ ରାଇକିଆ ବ୍ଲକର ରାଇକିଆ ଓ ଖଜୁରୀପଡା ବ୍ଲକର ଖେତାପାଜୁ କ୍ରିକେଟ କ୍ଳବ ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମ୍ୟାଚକୁ ଅମ୍ପୟାର ଦୀପକ ବେହେରା ଓ ରଜନୀ ଦିଗାଲ ପରିଚାଳନା କରିଥିବା ବେଳେ କ୍ଳବର ସମ୍ପାଦକ ବଜେନ୍ଦ୍ର କହଁରଙ୍କ ସହ ଦୀକ୍ଷିତ ବିଷୋୟୀ, ପ୍ରିୟଦର୍ଶନ ମୁଖି, ବିଶ୍ଵରଞ୍ଜନ କହଁର, ଅନନ୍ତ କହଁର,ମାନସ ବିଶୋଇ, ଅଜୟ କହଁର, ପ୍ରମୋଦ ଦିଗାଲ ଓ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Comments are closed.