www.samajalive.in
Tuesday, December 9, 2025
15.1 C
Bhubaneswar

୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ; ଜଙ୍ଗଲ ଭିତରେ କୃତ୍ରିମ ପୋଖରୀ ଠାବ

ଫୁଲବାଣୀ: ଦୁଇମାସ ହେଲା କନ୍ଧମାଳ ଜିଲାର ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଜାରିରହିଛି। ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ କିଛିଦିନ ପରେ ପୁଣି ଫିରିଙ୍ଗିଆ ପୁଲିସ ପ୍ରାୟ ୨୨ ଏକର ଜମିରେ ଚାଷ ହୋଇଥିବା ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଛି। ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସଆଇ ବିକାଶ କୁମାର ଜାଲିଙ୍କ ନେତୃତ୍ୱରେ ଫିରିଙ୍ଗିଆ ଥାନା ତଳଦଣ୍ଡିକିଆ ପଞ୍ଚାୟତର ଜୋକେ, ଡାଡିଲେଈ, ଅକାତ୍ରପା ଓ ବେହେରାପଖାଳ ଗାଁ ନିକଟରେ ଥିବା ଜଙ୍ଗଲ ଓ ପାହାଡ଼ରେ ଚଢ଼ାଉ କରି ଏହି ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ତେବେ ଏହି ଗଞ୍ଜେଇ ଚାଷ ନଷ୍ଟ କରିବା ସମୟରେ ପୁଲିସ ଏକ କୃତ୍ରିମ ପୋଖରୀ ଠାବ କରିଥିବା ବେଳେ ପାହାଡ଼ ଉପରେ ଗଞ୍ଜେଇ ଚାଷ କରିବା ପାଇଁ ଗଞ୍ଜେଇ ଚାଷୀମାନେ ପାହାଡ଼ ଉପରେ ଥିବା ସମତଳ ଜାଗାରେ ଏମିତି କୃତ୍ରିମ ପୋଖରୀ ତିଆରି କରି ଚାଷପାଇଁ ପାଣି ସଂରକ୍ଷିତ ରଖୁଥିବା ସ୍ପଷ୍ଟ ହୋଇଛି।

ଅନ୍ୟପଟେ ମଙ୍ଗଳବାର ଏହି ଅଭିଯାନରେ ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ ମାଜିଷ୍ଟ୍ରେଟ ଭାବରେ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏଏସଆଇ ଶ୍ରୀକାନ୍ତ ପାତ୍ର, କୃଷ୍ଣଚନ୍ଦ୍ର ଗୌଡ଼ ଥାନାରେ କାର୍ଯ୍ୟରତ ସମସ୍ତ ଗୃହରଖି, ପ୍ରାୟ ୩୦ ଜଣ ଶ୍ରମିକ ସାମିଲ ଥିବା ବେଳେ ସୁରକ୍ଷାକୁ ଆଖିଆଗରେ ରଖି ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗଞ୍ଜେଇ ଗଛକଟାକୁ ନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories