ଘଟଣାର ଦୁଇମାସ ପରେ ନିଖୋଜ ନାବାଳକର ହାଡ଼ କଙ୍କାଳ ଜଳପ୍ରପାତ ନିକଟରୁ ଜବତ

ଉର୍ମାଗଡ଼ ଜଳପ୍ରପାତରେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ନିଖୋଜ ଘଟଣା

ଫୁଲବାଣୀ:ଗତ ଅକ୍ଟୋବର ୮ ତାରିଖରେ କନ୍ଧମାଳ ଜିଲା ଗୋଛାପଡା ଥାନା କଟ୍ରିଙ୍ଗିଆ ପଞ୍ଚାୟତର ଉର୍ମାଗାଡ଼ ଜଳପ୍ରପାତରେ ଖସିଯାଇ ନିଖୋଜ ହିଯାଇଥିବା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ରାଖାଲ ବେହେରାଙ୍କ ଗଳିତ ଶବ ସହ ଶରୀରର ହାଡ଼ କଙ୍କାଳ ପ୍ରାୟ ଦୁଇମାସ ପରେ ଜଳପ୍ରପାତର ପ୍ରାୟ ପାଞ୍ଚସହ ମିଟର ତଳୁ ଏକ ପଥର ଖୋଲ ଭିତରୁ ଗୋଛାପଡା ପୁଲିସ ଉଦ୍ଧାର କରିଛି।

ସୂଚନା ଅନୁସାରେ ଗତ ଅକ୍ଟୋବର ୮ ତାରିଖରେ କଟ୍ରିଙ୍ଗିଆ ଗାଁର ଲିଙ୍ଗା ବେହେରାଙ୍କ ପୁଅ ରାଖାଲ ବେହେରା ତାଙ୍କର କିଛି ସାଙ୍ଗଙ୍କ ସହ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ବୁଲାବୁଲି କରିବା ସମୟରେ ହଠାତ ଅସାବଧାନତା ଯୋଗୁ ରାଖାଲଙ୍କର ଗୋଡ଼ ଖସି ଯିବାରୁ ଜଳପ୍ରପାତରେ ବୁଡି ଯାଇନିଖୋଜ ହୋଇଯାଇଥିଲେ। ଘଟଣାକୁ ନେଇ ମୃତ ରାଖାଲଙ୍କ ପରିବାର ପକ୍ଷରୁ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା। ଅଭିଯୋଗ ପରେ ଗୋଛାପଡା ପୁଲିସ ସହ ବୌଦ୍ଧ, ନୟାଗଡ଼ ଓ କନ୍ଧମାଳ ଜିଲା ଫୁଲବାଣୀର ଦମକଳ ବାହିନୀ ଓ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ଏଗାର ଦିନ ଯାଏ ଜଳପ୍ରପାତରେ ଖୋଜାଖୋଜି କଲାପରେ ମଧ୍ୟ୍ୟ ମୃତକ ନାବାଳକର କୌଣସି ପତ୍ତା ମିଳିନଥିଲା। ଅନ୍ୟପଟେ ଯୁବକଙ୍କୁ ଖୋଜିବା ପାଇଁ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଜଳପ୍ରପାତର ଉପରମୁଣ୍ଡରେ ଏକ ମାଟି ବନ୍ଧ ମଧ୍ୟ୍ୟ ବନ୍ଧା ଯାଇଥିଲା।

ତଥାପି ମୃତ ନାବାଳକଙ୍କ କୌଣସି ସନ୍ଧାନ ମିଳିନଥିଲା। ରବିବାର ଦିନ ଉର୍ମାଗାଡ଼ ଜଳପ୍ରପାତ ନିକଟରେ ଥିବା କାଣିବାଲି ଗାଁର କିଛି ଲୋକ ଜଳପ୍ରପାତର ତଳିଆ ଅଞ୍ଚଳକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଏକ ପଥର ଖୋଲ ଭିତରେ କିଛି ହାଡ଼ ଓ ମୁଣ୍ଡର ଖପୁରି ଥିବା ଦେଖିବାକୁ ପାଇଥିଲେ। ଏହାପରେ ଘଟଣା ବିଷୟରେ ମାଛଧରାଳିମାନେ ମୃତ ନାବାଳକଙ୍କ ପରିବାର ଲୋକଙ୍କ ସହ ଗ୍ରାମବାସୀଙ୍କୁ ଜଣାଇଥିଲେ।

ମୃତକଙ୍କ ପରିବାର ଲୋକ ଗୋଛାପଡା ପୁଲିସକୁ ଖବର ଦେବା ପରେ ଗୋଛାପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଜଳପ୍ରପାତ ମଧ୍ୟରେ ଥିବା ପଥର ଖୋଲ ଭିତରୁ ମୃତ ନାବାଳକଙ୍କ ଖଣ୍ଡ ବିଖଣ୍ଡିତ ହାଡ଼ କଙ୍କାଳ ସହ ନାବାଳକ ଜଣଙ୍କ ପିନ୍ଧିଥିବା ସାର୍ଟ ଜବତ କରିଛି। ଅନ୍ୟପଟେ ଏହିଘାଟଣାକୁ ନେଇ ଗୋଛାପଡା ଥାନାରେ ଏକ ଅପମୃତ୍ୟୁ ମାମଲା ମଧ୍ୟ୍ୟ ରୁଜୁ ହୋଇଥିବା ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଥିବା ବେଳେ ଘଟଣାକୁ ନେଇ ଅଧିକ ତଦନ୍ତ ଜାରିରଖିଥିବ ସୂଚନା ଦେଇଛନ୍ତି।

Comments are closed.