www.samajalive.in
Sunday, December 7, 2025
26.1 C
Bhubaneswar

ଡ୍ରୋନ ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଅନୁଧ୍ୟାନ କଲେ ଜାତିସଂଘ ଅଧିକାରୀ

ଫୁଲବାଣୀ: ଦେଶର ପ୍ରଥମ ଜିଲା ହିସାବରେ କନ୍ଧମାଳ ଜିଲାରେ ଲାଗୁ କରାଯାଇଛି ଡ୍ରୋନ ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଯୋଜନା। ଜିଲାର ବିଭିନ୍ନ ଦୁର୍ଗମ ଅଞ୍ଚଳଗୁଡ଼ିକୁ ଅତ୍ୟାଧୁନିକ ଡ୍ରୋନ ଦ୍ବାରା ଜରୁରୀ କାଳୀନ ସେବା ଯୋଗାଇ ଦିଆଯାଉଛି। ଷ୍ଟାର୍ଟ ଅପ କମ୍ପାନୀ ରେଡ ୱିଙ୍ଗଦ୍ବାରା ପ୍ରସ୍ତୁତ ଏହି ଅତ୍ୟାଧୁନିକ ତଥା ବାତାନୁକୂଳିତ ଡ୍ରୋନ ଘଣ୍ଟାକୁ ପ୍ରାୟ ୧୦୦ କିମି ଗତିରେ ଉଡି ପାରୁଥିବା ବେଳେ ଏହା ମାଧ୍ୟମରେ ଦୁର୍ଗମ ଅଞ୍ଚଳଗୁଡ଼ିକୁ ଜରୁରୀକାଳୀନ ଔଷଧ ଓ ଭ୍ୟାକ୍ସିନ ଇତ୍ୟାଦି ଖୁବ କମ ସମୟରେ ପହଞ୍ଚାଇ ଦିଆଯାଇପାରୁଛି। ଗତ ପ୍ରାୟ ୬ ମାସ ଧରି ଜିଲାର ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ ବ୍ଲକରେ ଏହି ସେବା ସଫଳତାର ସହ କାର୍ଯ୍ୟକାରୀ ହେଉଛି।

ଏହି ନୂତନ ପ୍ରୟୋଗର ବିଭିନ୍ନ ଦିଗ ଉପରେ ଗୁରୁବାର ଜାତିସଂଘର ପ୍ରକଳ୍ପ ସେବା କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ମାନେ ଅନୁଧ୍ୟାନ କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡ୍ରୋନ ସେବାର ନିୟନ୍ତ୍ରଣ କେନ୍ଦ୍ରକୁ ଯାଇ ଅଧିକାରୀ ମାନେ ଏ ସମ୍ପର୍କରେ ଆଲୋଚନା କରିବା ସହ ଏହାର କାର୍ଯ୍ୟକାରୀତା ଅନୁଧ୍ୟାନ କରିଥିଲେ।

- Advertisement -

ବରିଷ୍ଠ ବୈଷୟିକ ପରାମର୍ଶ ଦାତା ଜ୍ୟୋତି ଶଙ୍କର ଚୌଧୁରୀ ଓ ବରିଷ୍ଠ ଅଧିକାରୀ ନୀଳକଣ୍ଠ ଭୋଇଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ପ୍ରକଳ୍ପ ପରିଚାଳକ ପ୍ରଦୀପ କୁମାର ପତି, ଆଶୀଷ ଦତ୍ତାନୀ, ଫ୍ଲାଇଟ ଅପରେଟର ଆର୍ୟମାନ ସେନ, ପ୍ରବୀର ବଂଶଲ, ଜନସ୍ବାସ୍ଥ୍ୟ ସଂଯୋଜଖ ସୁଶ୍ରୀ ନୀଳାକ୍ଷୀ ପ୍ରମୂଖ ସାମିଲ ଥିଲେ। ଫ୍ଲାଇଟ ଅପରେଟର ଦେବାଶୀଷ, ଶୁଭାଶିଷ, ମିଲନ ଓ ସୁଶାନ୍ତ ଡ୍ରୋନ ଚାଳନା ପ୍ରଦର୍ଶନ କରିଥିଲେ। ପରେ ବରିଷ୍ଠ ଅଧିକାରୀ ମାନେ ଜିଲ୍ଲାପାଳ ଆଶୀଷ ଈଶ୍ୱର ପାଟିଲଙ୍କ ସମେତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅଧୀକ୍ଷକ,ଜାତୀୟ ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁଙ୍କ ସହିତ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories