ଫୁଲବାଣୀରେ ଏଡ଼ସ ଦିବସ ପାଳିତ

ଫୁଲବାଣୀ: ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଡ଼ସ ଦିବସ ପାଳିତ ହୋଇତଯାଇଛି। ଏହି ଅବସରରେ ଅନୁଷ୍ଠିତ ଏକ ଶୋଭାଯାତ୍ରାକୁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.ମନୋଜ କୁମାର ଉପାଧ୍ୟାୟ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲା ଏଡ଼ସ୍ ଲେନର ନୋଡ଼ାଲ୍ ଅଧିକାରୀ ଡଃ ପ୍ରସନ୍ନ କୁମାର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ   ବିଜୟ କୁମାର ପଣ୍ଡା , ଧର୍ମେନ୍ଦ୍ର ତାଣ୍ଡି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠିତ ସଭାରେ ଅତିଥିମାନେ ଏଡ଼ସ ସଂକ୍ରମିତ ବ୍ୟକ୍ତି ବିଶେଷ ମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ ସୁସ୍ଥ ସାମାଜିକ ଜୀବନ ଜାପନରେ ଗୋଷ୍ଠି ଓ ସଂପ୍ରଦାୟର ନେତୃତ୍ୱ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା।

ନର୍ସିଂ କଲେଜ ପରିସରରେ ଏକ ସଚେତନ ସଭାର ଅୟୋଜନ କରାଯାଇଥିବା ବେଳେ ଏଥିରେ ଉପରିସ୍ଥ ସମସ୍ତ ଅତିଥିମାନେ ଯୋଗଦେଇ କନ୍ଧମାଳ ଜିଲାର ଏଡ଼ସର ପ୍ରତିରୋଧ ଏବଂ ନିୟମନ୍ତ୍ରଣ ଉପରେ ନିଆଯାଇଥିବା ବିିଭିନ୍ନ ଦିଗ ଉପରେ ମତ ପ୍ରକାଶ କରିଥିଲେ। କାର୍ୟ୍ୟକ୍ରମକୁ ଜିଲା ଏଡ଼ସ ସେଲର ସୁପରଭାଇଜର ଦେବାଶିଷ୍ ମିଶ୍ର ପରିଚାଳନା କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଦୀପ କୁମାର ସ୍ୱାଇଁ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠିତ ଶୋଭାଯାତ୍ରା ଓ ସଭାରେ ସ୍ୱାସ୍ଥ୍ୟ ବିଭାଗର ଛାତ୍ରଛାତଅୀ , ରେଡ଼୍ ରିବନ୍ କ୍ଳବର ସ୍ୱେଚ୍ଛାସେବୀ , ନେହୁରୁଯୁବ କେନ୍ଦ୍ରର ସ୍ୱେଚ୍ଚାସେବୀ , ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଏବଂ ଅନ୍ୟମାନେ ସାମିଲ୍ ହୋଇଥିଲେ।

Comments are closed.