ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ଦୂରିକରଣ ନିମନ୍ତେ ଏଫଟିଡି କାର୍ଯ୍ୟକ୍ରମ

ଫୁଲବାଣୀ:  ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳରେ  ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଞ୍ଚ ହୋଇଥିବାରୁ ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇରହିଛି । ସରକାରଙ୍କ ତରଫରୁ ଏହାର ନିୟନ୍ତ୍ରଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା ଜାରିରହିଛି । ଏହି ପରିପ୍ରେକ୍ଷୀରେ ଜିଲାର ଫିରିଙ୍ଗିଆ ଅଞ୍ଚଳରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପ ମାଧ୍ୟମରେ ଏଫଟିଡି କାର୍ଯ୍ୟକ୍ରମ ଦୁର୍ଗମ  ପାହିରାଜୁ, ଜାଜେସପାଙ୍ଗା, ସାଡିଙ୍ଗିଆ, ନୂଆପଦର, ସଲାଗୁଡା, ଗୋଛାପଡା, କ୍ରାଣ୍ଡିବାଲି, ବାଲନ୍ଦାପଡା, କୁଏରମାଣ୍ଡୁ, ଲୁଇସିଂ  ଆଦି ଦୁର୍ଗମ ଅଞ୍ଚଳରେ  ଆକ୍ରାନ୍ତ ବଢୁଥିବା ପଞ୍ଚାୟତ ମାନଙ୍କରେ କାର୍ଯ୍ୟକାରି ହେଉଛି।

prayash

ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଠାରେ ଜିଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପର ଜିଲା ଅଧିକାରୀ କୁମୁନ୍ଦ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଏକ ତଦାରଖ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ  ସ୍କ୍ରିନିଂ କରି ପଜିଟିଭ୍ ଚିହ୍ନଟ ବ୍ୟକ୍ତିମାନଙ୍କୁ ଚିକିତ୍ସା କରିବା ସହ ମସାରି ବ୍ୟବହାର ପାଇଁ ଜନ ସଚେତନତା ସୃଷ୍ଟିକରିବା ଦିଗରେ  ଗୁରୁତ୍ବାରୋପ କରାଯାଇଛି। ସୂଚନାମୁତାବକ ଏମଟିଏସ, ସନତ କୁମାର ମହାପାତ୍ର ବୈଠକରେ ଉପସ୍ଥିତ ରହି ସ୍ବେଚ୍ଛାସେବୀମାନେ ଆଶା ଓ ଏଏନଏମଙ୍କ ସହମତିରେ ସଠିକ୍ ପ୍ଲାନିଂ କରି ଜନସାଧାରଣଙ୍କ ପାଖରେ ମିଳିତ ଭାବରେ ପହଞ୍ଚି ପାରିଲେ ମାସ୍ ସ୍କ୍ରିନଂ ସହ ସଂକ୍ରମଣକୁ ମଧ୍ୟ ଚେକ୍ ଦେଇହେବ ବୋଲି କହିଥିଲେ। ସ୍ୱଚ୍ଛାସେବୀ ଅନୁଷ୍ଠାନ ତରଫରୁ ବିଶ୍ୱରଞନ କର ଯୋଗ ଦେଇ ସ୍ୱାସ୍ଥ୍ୟ ବିଭାଗ , ଗ୍ରାମ ସ୍ତରିୟ ଅନୁଷ୍ଠାନ ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର କର୍ମୀମାନଙ୍କ ସହ ସମନ୍ୱୟ ରଖି ମାଲେରିଆ ରୋକିବାକୁ ଚେଷ୍ଟା କଲେ  ଗାଁ ସ୍ତରରେ ଥିବା ସ୍ୱୟଂସହାୟକ ଦଳର ସଭ୍ୟ/ସଭ୍ୟା ଓ ଗାଁ କଲ୍ୟାଣ କାର୍ଯ୍ୟକ୍ରମ ସଫଳ ହୋଇ ପାରିବ ବୋଲି କହିଥିଲେ। ଏହି ମାଧ୍ୟମରେ ପାଣି ଜମୁଥିବା ଖାଲ ଖମାକୁ ପୋତି ଦେବା, ପରିବେଶ ସଫା ରଖିବା ଓ ଜଙ୍ଗଲ ଭ୍ରମଣ କରୁଥିବା ବେଳେ ସଂପୁଣ୍ଣ ଶରିରକୁ ଘୋଡାଇବାକୁ ଜନ ସାଧାରଣକୁ ବୁଝାଇବାକୁ ସ୍ୱେଛାସେବୀମାନଙ୍କୁ ଅନୁରୋଧ କରାଯାଇଥିଲା।

ଏହି କାର୍ଯ୍ୟକ୍ରମଟି ଗୋଷ୍ଠୀ ସ୍ୱ୍ୟାସ୍ଥ୍ୟ କେନ୍ଦ୍ର ଫିରିଙ୍ଗିଆ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ସ୍ୱାତୀ ଅନୁଷ୍ଠାନଙ୍କ ମିଳିତ ସହଯୋଗରେ ଏଫଟିଡି କାର୍ଯ୍ୟକ୍ରମ ଜରିଆରେ ପରିଚାଳନା କରାଯାଇଥିବା ବେଲେ ସ୍ଥାନିୟ ଏଏନଏମ ଡାଇନା ନାୟକ, ଦେବିକା ଦାସ ଓ ସିଏଚଓ ଉପସ୍ଥିତ ଥିବାବେଳେ ପୁସ୍ପିତା ସାହୁ, ସିତା ରଣା ,ସାମନ୍ତି ଦିଗାଲ, ପ୍ରିୟଦର୍ଶନୀ ପ୍ରଧାନ, ବିନ୍ଧ୍ୟାରାଣି ପ୍ରଧାନ, ଅପରାଜିତା ଜାନି, ଅନୁପମା କହଁର ,ମାନସରଞନ ପ୍ରଧାନ, ପ୍ରଦିପ କହଁର, ଗରୁଡ ଦିଗାଲ, ପତନା ଦିଗାଲ, ଲକ୍ଷ୍ମୀ ଦିଗାଲ ରଶ୍ମୀତା ଘିବାଲା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Comments are closed.