ପୋଲତଳକୁ ଖସିଲା ଅଟୋ, ଚାଳକଙ୍କ ମୃତ୍ୟୁ
ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ପଞ୍ଚାୟତ ଫିରିଙ୍ଗିଆ ବାଲିଗୁଡା ମୁଖ୍ୟ ରାସ୍ତାର ତେଲିମୁଣ୍ଡା ଛକ ନିକଟରେ ଥିବା ବାଘନଦୀ ପୋଲ ତଳେ ଏକ ଅଟୋ ଭାରସାମ୍ୟ ହରାଇ ଖସିପଡି ପାଣିରେ ବୁଡ଼ିଯାଇ ଥିଲା। ଅଟୋ ସହ ଅଟୋ ଚାଳକ ମଧ୍ୟ ପାଣିରେ ବୁଡ଼ିଯାଇଥିଲା। ଫଳରେ ପାଣିରେ ବୁଡ଼ି ଯାଇ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଚାଳକ ଜଣକ ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତ ଲଦା ଡେଲରପଡା ଗାଁର କାର୍ତ୍ତିକ ମାଝୀଙ୍କ ପୁଅ ସିଦ୍ଧାନ୍ତ ମାଝୀ ବୋଲି ଜଣା ପଡିଛି।
ପୁଲିସ ସୂଚନା ଅନୁସାରେ ମୃତ ସିଦ୍ଧାନ୍ତ ମାଝୀ ନିଜର ଅଟୋରେ କିଛି ଯାତ୍ରୀଙ୍କୁ ନେଇ ଫିରିଙ୍ଗିଆ ବ୍ଲକ ନୂଆପଦର ଠାରେ ଚାଲିଥିବା ଶ୍ୟାମାକାଳୀ ଯାତ୍ରା ପାଇଁ ଯାଇଥିଲେ। ଯାତ୍ରୀମାନଙ୍କୁ ଛାଡି ଫେରୁଥିବାବେଳେ ତେଲିମୁଣ୍ଡା ଛକ ନିକଟରେ ଥିବା ବାଘ ନଦୀ ପୋଲ ରାସ୍ତାରେ ଘନ କୁହୁଡି ଯୋଗୁ ରାସ୍ତା ଦେଖିପାରିନଥିଲେ ଏବଂ ତାଙ୍କ ଅଟୋଟି ଭାରସାମ୍ୟ ହରାଇ ନାଳ ଭିତରକୁ ଖସି ପଡିଥିଲା। ଫଳରେ ଅଟୋ ସହ ଚାଳକ ଜଣକ ନାଳ ଭିତରେ ଥିବା ଗଭୀର ପାଣିରେ ବୁଡି ଯାଇଥିଲେ।
ସୋମବାର ସକାଳୁ ଫିରିଙ୍ଗିଆ ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ସହଯୋଗରେ ପାଣିରେ ବୁଡ଼ିଯାଇ ଥିବା ଓଟୋକୁ ବାହାର କରିବା ସହ ପାଣି ଭିତରୁ ସିଦ୍ଧାନ୍ତଙ୍କ ମୃତ ଦେହକୁ ଉଦ୍ଧାର କରିଥିଲା। ଅନ୍ୟପଟେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ୧୦/୨୦୨୩ ରେ ଏକ ଦୁର୍ଘଟଣା ଜନିତ ଅପମୃତ୍ୟୁ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛ।
Comments are closed.