www.samajalive.in
Monday, December 15, 2025
24.1 C
Bhubaneswar

ନ୍ୟାୟ ପାଇଁ ଦୁଇ ସନ୍ତାନକୁ ଧରି ଥାନାର ଦ୍ବାରସ୍ଥ ହେଲେ ପ୍ରଥମ ସ୍ତ୍ରୀ

ଫୁଲବାଣୀ : ନ୍ୟାୟ ପାଇବା ପାଇଁ ଦୁଇ ସନ୍ତାନକୁ ଧରି ଥାନାର ଦ୍ବାରସ୍ଥ ହେଲେ ୯ ମାସର ଗର୍ଭବତୀ। ଏଭଳି ଏକ ଘଟଣା କନ୍ଧମାଳ ଜିଲା କୋଟଗଡ ଥାନାରେ ଦେଖିବାକୁ ମିଳିଛି। ଥାନାରେ ଦ୍ୱାରସ୍ଥ ଦେଇଥିବା ଗର୍ଭବତୀ ମହିଳା ଜଣକ ସାଲକୀ ବୁଡାଗୁଡା ଗ୍ରାମର ପ୍ରିୟଙ୍କା ଉଠାଣ ସିଂ ବୋଲି ଜଣାପଡିଛି। ସ୍ୱାମୀ ଉତ୍ତମ ଉଠାଣ ସିଂ ତାଙ୍କୁ ଯୌତୁକ ନିର୍ଯାତନା ଦେବା ସହ ଅନ୍ୟ ଏକ ମହିଳାଙ୍କ ପ୍ରରୋଚନାରେ ମାରଧର କରୁଥିବା ନେଇ ଗତ ମାସରେ କୋଟଗଡ ପୋଷ୍ଟ ଅଫିସ ଜରିଆରେ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ କରିବା ପରେ ବାରମ୍ବାର ଥାନାକୁ ଆସି ପୋଲିସକୁ କହିବା ପରେ ତାଙ୍କୁ ନ୍ୟାୟ ମିଳିନଥିଲା। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଆଜି ଥାନା ଆଗରେ ଧାରଣା ଦେଇଛନ୍ତି। ସ୍ୱାମୀ ଉତ୍ତମ ଉଠାଣ ସିଂ ଜଣେ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଏବେ ବି ଧମକ ଦେବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ସହ ପୋଲିସ ପାଖରୁ ମୋତେ ନ୍ୟାୟ ମିଳୁନଥିବା ପ୍ରକାଶ କରିଛନ୍ତି। ଏହି କଥାକୁ କିନ୍ତୁ ଥାନା ଅଧିକାରୀ ଓମ ନାରାୟଣ ପାତ୍ର ସମ୍ପୂର୍ଣ ଖଣ୍ଡନ କରିଛନ୍ତି ।

- Advertisement -

ଏହା ସହ ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି। ଗର୍ଭବତୀ ମହିଳାଙ୍କ ବାରମ୍ବାର ଥାନାର ଦ୍ୱାରସ୍ଥ ପରେ ଆଜି କେଶ ନ ୬୫/୨୩, ଦଫା ୪୯୮(ଏ) ,୩୪୧,୩୨୩,୨୯୪, ୫୦୬, ଆଇପିସି ୪ ଡିପି ଆକ୍ଟରେ ପଞ୍ଜିକରଣ ହୋଇଥିବା ତଦନ୍ତ ଅଧିକାରୀ ଲଳିତ ମୋହନ ସାଗର କହିଛନ୍ତି। ଅନ୍ୟପଟେ ଅଭିଯୋଗ ଆଣିଥିବା ମହିଳାଙ୍କର ଅଭିଯୋଗ ଗ୍ରହଣ କରାଯିବା ସହ ତଦନ୍ତ କରାଯିବ ବୋଲି ବାଲିଗୁଡା ଏସଡିପିଓ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories