ପାଣି କୁଣ୍ଡରେ ବୁଡ଼ି ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ

ଫୁଲବାଣୀ : ଫୁଲବାଣୀ ସଦର ଥାନା ଅଞ୍ଚଳରେ ପାଣି କୁଣ୍ଡରେ ବୁଡ଼ିଯାଇ ଏକ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ହାତିଗବା ଗ୍ରାମର ଗୋବର୍ଦ୍ଧନ କହଁରଙ୍କ ଦେଢ଼ ବର୍ଷର ଝିଅ ପ୍ରଜ୍ଞାପ୍ରିୟା ନିଜ ଭାଇ ସହ ଘର ଅଗଣାରେ ଖେଳୁଥିଲେ। ଘରର ଅନ୍ୟ ମାନେ ଘର ଭିତରେ କାର୍ଯ୍ୟବ୍ୟସ୍ତ ଥିଲେ। ଏହି ସମୟରେ ଝିଅ ଅସାବଧାନତାବଶତଃ ପାଣିକୁଣ୍ଡରେ ପଡ଼ିଯାଇଥିଲା। ଅନେକ ସମୟ ଧରି ଝିଅକୁ ନ ପାଇବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ଝିଅକୁ ପାଣିକୁଣ୍ଡରେ ପଡ଼ିଥିବା ଦେଖି ପାରି ତୁରନ୍ତ ତାକୁ ନେଇ ଗୁମାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁର ଦାଦା ଚିତ୍ରସେନ କହଁରଙ୍କ ଏତଲା କ୍ରମେ ସଦର ପୁଲିସ ଶିଶୁକନ୍ୟାଟିର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାଯୋଗ୍ୟ, ମୃତ ଶିଶୁଟିର ବାପା ଏକ ଦୁର୍ଘଟଣାରେ ଆହତ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ଗାଁରେ ଶୋକର ଛାୟା ଖେଳାଇ ଦେଇଛି।

kalyan agarbati

Comments are closed.