www.samajalive.in
Monday, December 15, 2025
24.1 C
Bhubaneswar

ଆଇଟିଡିଏ ପକ୍ଷରୁ କଡକନାଥ କୁକୁଡା ବଂଟନ

ଫୁଲବାଣୀ: ଆଦିବାସୀମାନଙ୍କର ଆର୍ଥିକ ମାନଦଣ୍ଡର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ନୂତନ ଯୋଜନା ମାନ ପ୍ରଣୟନ କରାଯାଉଛି। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅନ୍ତର୍ଗତ ଜୀବିକା ମିଶନ ତରଫରୁ ଏବେ ଲାଭଜନକ କଡକନାଥ କୁକୁଡା ପାଳନ ପାଇଁ ଆଦିବାସୀ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ମଙ୍ଗଳବାର ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ଫିରିଙ୍ଗିଅ।। ବ୍ଲକ ପାଙ୍ଗା ଉପରସାହି ପଂଚାୟତ ବେଡାକେତା ଗ୍ରାମରେ କଡକନାଥ କୁକୁଡା ବଂଟନ କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ୪୫ ଜଣ ହିତାଦିକାରୀଙ୍କୁ କୁକୁଡ଼ା ଚିଆଁ ବଂଟନ କରାଯାଇଥିଲା। ସ୍ଥାନୀୟ ସରପଂଚ ରଶ୍ମିତା କହଁର ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗ ସେଇ ହିତାଦିକାରୀମାନଙ୍କୁ କୁକୁଡା ଓ ଅନ୍ୟାନ୍ୟ ଆନୁସଂଗିକ ଉପକରଣ ବଂଟନ କରିବା ସହ ଏହି କୁକୁଡା ଚାଷର ଉପକାରୀତା ସଂପକ୍ରରେ ଲୋକଙ୍କୁ ଅବଗତ କରାଇଥିଲେ।

ସେହିଭଳି ମଙ୍ଗଳବାର ଖଜୁରୀପଡ଼ା ବ୍ଲକ ଦୁତିମେଣ୍ଡି ପଂଚାୟତର ଲାମ୍ବାଗୁଡ୍ରିଠାରେ ୧୫୦ଟି କୁକୁଡା ବଂଟନ କରାଯାଇଛି। ଦୂତିମେଣ୍ଡି ସରପଂଚ ନମୟନ୍ତୀ ମଲିକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କୁକୁଡା ଚିଆଁ ବଂଟନ କରିଥିଲେ। ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାଶଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଅ ପରିଚାଳନା କରିଥିଲେ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories