ଫୁଲବାଣୀ: ଗତ ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ କାଉଡ଼ିଆ ମାନେ ସେମାନଙ୍କର ମାନସିକ ପୁରଣ ପାଇଁ ଶୈବ ପିଠ ମାନଙ୍କୁ ଯାଇ ପାରିନଥିବା ବେଳେ ଚଳିତ ବର୍ଷ କୌଣସି ପ୍ରକାର କଟକଣା ନଥିବା ଯୋଗୁଁ ପ୍ରତି ସୋମବାର ଶହ ଶହ ସଂଖ୍ୟରେ କାଉଡ଼ିଆ ଜାଳଲାଗି ବିଭିନ୍ନ ଶୌବ ପିଠ ମାନଙ୍କୁ ଗସ୍ତ କରୁଥିବା ବେଳେ ଚଳିତ ସୋମବାରାରେ ଜଳଲାଗି ପାଇଁ ଖୋଦ୍ ଫୁଲବାଣୀ ସହରରୁ ଶହ ଶହ ସଂଖ୍ୟରେ ଉଭୟ ପୁରୁଷ ଓ ମହିଳା ଭକ୍ତ ମାନେ କନ୍ଧମାଳ ଜିଲାର ପ୍ରସିଦ୍ଧ ଶୈବ ପିଠ ଚକାପାଦକୁ ଗସ୍ତ କରିବା ଆରମ୍ଭ କରିଛନ୍ତି। ଆଜି ବିଭିନ୍ନ ଜଳ ତୋଠାରେ ନିତି ଓ ରୀତି ପ୍ରକାରେ ପୂଜାପାଠ ପରେ ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ଫୁଲବାଣୀ ସହର ଦେଇ ଆଜି ଯାଉଥିବା ଏକ କାଉଡ଼ିଆ ଦଳ ସବୁଠାରୁ ଚର୍ଚ୍ଚାର ପରିଧିକୁ ଆସିଛନ୍ତି।
ସ୍ଥାନୀୟ ହନୁମାନ ମନ୍ଦିର ସାହିର କାଉଡିଆ ମାନେ ଏକତ୍ରିତ ହୋଇ ଏକ ବଡ଼ ଭାରକୁ ନେଉଥିବାର ଦେଖାଯାଇଛି। ଉକ୍ ଭାରରେ ୧୭ଟି ହାଣ୍ଡିରେ ପାଣି ରଖାଯାଇଥିବା ବେଳେ ତାହାକୁ ୨୦ ଜଣ ବୋହୁଛନ୍ତି। ଏହି ସବୁ କାଉଡ଼ିଆ ମାନେ ଏଫସିଆଇ ଛକ ସ୍ଥିତ ଜଳେଶ୍ୱର ମନ୍ଦିରରେ ପୂଜାକର୍ମ ପରେ ଚକାପାଦ ଅଭିମୁଖେ ବାହାରିଥିବା ବେଳେ ଆଜି ସହର ଦେଇ ଯାଉଥିବା ବେଳେ ସେମାନଙ୍କ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁପାଲଟିଥିଲେ। ସେହିଭଳି ସମଗ୍ର ଜିଲାରୁ ହଜାର ହଜାର କାଉଡ଼ିଆ ଚକାପାଦ ଗସ୍ତ କରିଥିବା ବେଳେ ଆଉ କେତେକ ଡ଼ୁଙ୍ଗୀ ଶୈବ ପିଠ ଓ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟା ଭଳି ବହୁ ପିଠକୁ ଗସ୍ତ କରିଥିବା ବେଳେ ସୋମବାର ସେମାନେ ଜଳଲାଗି କରିବେ ବୋଲି ପ୍ରକାଶ କରିଛନ୍ତି।



