ଫୁଲବାଣୀ: ଶନିବାର ରାତି ୯:୧୫ ସମୟରେ ଫୁଲବାଣୀ ନଦିଖଣ୍ଡି ସାହିର ଜଗଦୀଶ ପ୍ରସାଦ କହ୍ନରଙ୍କ ଘର ପାଖରେ ଏକ ଅଜଗର ସାପ ପଶିଥିବା ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏ ନେଇ ଟିମ୍ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ସଦସ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଭି.ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ଅନ୍ତର୍ଯ୍ୟାମୀ ପ୍ରଧାନ, ଅନୁପ ବିକ୍ରମ ପାତ୍ର, ଏସ ଅବଦୁଲ ସାକୀର ତୁରନ୍ତ ପହଞ୍ଚିଥିଲେ। ପ୍ରାୟ ୧୦ ଫୁଟ ଲମ୍ବ ଥିବା ଅଜଗର ସାପଟିକୁ ଟିମ୍ ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରି ସହରଠୁ ଦୂର ଜଙ୍ଗଲରେ ଛାଡ଼ି ଆସିଥିଲେ। ବର୍ଷାଋତୁ ଯୋଗୁଁ ଏଭଳି ଅନେକ ସମୟରେ ସାପ ଜନବସତି ଅଞ୍ଚଳକୁ ଚାଲି ଆସୁଛନ୍ତି ବୋଲି ଉଦ୍ଧାରକାରୀ ସଦସ୍ୟମାନେ ମତ ରଖିଛନ୍ତି। ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନର ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି।
Popular Categories



