ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବିଜେପି ମଣ୍ଡଳ ତରଫରୁ ଆଜି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକାରିଣୀ ବୈଠକରେ ଦଳର ସଂଗଠନକୁ ମଜବୂତ କରିବା ସହ ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ କିଭଳି ସଫଳତାର ସହ କରାଯିବ ସେନେଇ ଆଲୋଚନା ହୋଇଥିଲା। ବୁଥ୍ ସ୍ତରରୁ କାର୍ଯ୍ୟକର୍ତ୍ତାମାନେ କିଭଳି ସଂଗଠିତ ହୋଇ ଦଳକୁ ମଜବୁତ କରିବେ ଏବଂ ବୁଥ କମିଟି ସହ ସମସ୍ତ ମୋର୍ଚ୍ଚାର କମିଟିକୁ ସକ୍ରୀୟ କରିବାକୁ ବରିଷ୍ଠ ନେତୃବର୍ଗ ପରାମର୍ଶ ଦେଇଥିଲେ। ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପରେ ହୋଇଥିବା ଏହି ପ୍ରଥମ ସାଂଗଠନିକ ବୈଠକରେ ଆଗାମୀ ସାଧାରଣ ନିର୍ବାଚନରେ ଦଳ କିଭଳି ସଫଳତା ପାଇବ ସେ ନେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବରିଷ୍ଠ ନେତୃବର୍ଗ।

ବୈଠକରେ ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଜିଲ୍ଲା ସମ୍ପାଦକ ତଥା ଖଜୁରୀପଡା ମଣ୍ଡଳ ପ୍ରଭାରୀ ପରେଶ ମହାପାତ୍ର, ଜିଲ୍ଲା ଅନୁସୁଚିତ ଜାତି ମୋର୍ଚ୍ଚା ସଭାପତି ଅନନ୍ତ କୁମାର ଦିଗାଲ, ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ, ଯୁବ ମୋର୍ଚ୍ଚା ସଭାପତି ରାଇକିଶୋର ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ପଣ୍ଡା, ସାଧାରଣ ସମ୍ପାଦକ ରଂଜନ କୁମାର କହଁର, ଦେବରାଜ ମୁଖି, ଗୋଲକ ବିହାରୀ ମଲିକ, ଆସ୍ତିକ ମଲିକ, ସମୀର ପ୍ରସାଦ ଝାଙ୍କରଙ୍କ ସହ ସମସ୍ତ ଗ୍ରାମପଞ୍ଚାୟତର ଶତାଧିକ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।

Comments are closed.