www.samajalive.in
Sunday, December 7, 2025
13.1 C
Bhubaneswar

ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ଶୋଭାଯାତ୍ରା

ଫୁଲବାଣୀ: ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ବୁଧବାର ଏକ ଶୋଭାଯାତ୍ରା ସିଭିଲ୍‌ କୋର୍ଟ ପରିସର ମଧ୍ୟରୁ ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲା ଜଜ୍‌(ଆଡହକ୍‌) ତଥା ଫାଷ୍ଟ ଟ୍ରାକ୍‌ ସ୍ୱତନ୍ତ୍ର କୋର୍ଟର ବିଚାରପତି ଭାଷ୍କର ଚନ୍ଦ୍ର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାରେ ଏସ୍‌.ଡି.ଜେ.ଏମ୍‌, ଫୁଲବାଣି ଅର୍‌ଜିତ୍‌ ଦାଶ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କନ୍ଧମାଳ, ଫୁଲବାଣୀ ଶ୍ରୀମତୀ ଅନୁଶିଲା ରୟ, ଜିଲ୍ଲା ବାର୍‌ ଆସୋସିଏସନର ସଭାପତି ବିଜୟ କୁମାର ମହାନ୍ତି, ଜିଲ୍ଲା ବାର୍‌ ଆସୋସିଏସନର ସମ୍ପାଦକ ଦୁର୍ଗାଶଙ୍କର ପଟ୍ଟନାୟକ, ଓ ଜିଲ୍ଲା ବାର୍‌ ଆସୋସିଏସନ୍‌ର ଅନ୍ୟ ସଦସ୍ୟମାନେ, ପାରା ଲିଗାଲ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଯୋଗଦେଇଥିଲେ ।

ପରେ ପରେ ଫିରିଙ୍ଗିଆ ବ୍ଲକର କେତେକ ଗ୍ରାମରେ ଘରକୁ ଘର ବୁଲି ଲୋକ ମାନଙ୍କୁ ଆଇନ ସେବାର ପୃଷ୍ଠଭୂମି, ଆଇନ ସେବା କମିଟିମାନ ଗଠନ କରି କିପରି ତାଙ୍କ ଜରିଆରେ ନିଃଶୁକ୍ଲ ଆଇନ ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି, ବିନା ଖର୍ଚ୍ଚରେ ଆଇନଗତ ପରାମର୍ଶ, କେଉଁ ବର୍ଗର ବ୍ୟକ୍ତି ଏହି ଆଇନ ସେବା ପାଇବା ପାଇଁ ଯୋଗ୍ୟ, କେଉଁ କେଉଁ ମକଦ୍ଦମା ପାଇଁ ନିଃଶୁକ୍ଲ ଆଇନ ସେବା ମିଳିପାରିବ, ପାରାଲିଗାଲ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟ କ’ଣ, ମଧ୍ୟସ୍ଥି ବା ମିଳାମିଶାକାରୀଙ୍କ କାର୍ଯ୍ୟ କ’ଣ,ସ୍ଥାୟୀ ଲୋକ ଅଦାଲତ କ’ଣ ? ଆଇନ ସେବା କ୍ଷେତ୍ରରେ ସମ୍ମୁଖ କାର୍ଯ୍ୟାଳୟର ଭୂମିକା, ନ୍ୟାୟ ସଂଯୋଗ ଇତ୍ୟାଦି ବିଷୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅନୁଶିଲା ରୟ, ଆଇନଜୀବୀ ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ ପାରାଲିଗାଲ ସ୍ୱେଚ୍ଛାସେବୀ ଅଶୋକ ପ୍ରଧାନ,ସ୍ୱାତୀ ଅନୁଷ୍ଠାନର ସଦସ୍ୟା ଓ ସଦସ୍ୟମାନେ  ଲୋକମାନଙ୍କ ପାଖରେ ପହଞ୍ଚି ବୁଝାଇଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories