www.samajalive.in
Wednesday, December 10, 2025
15.1 C
Bhubaneswar

କମିବ ନାହିଁ ତୈଳ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପ୍ରତି ୪୦ ପଇସା କମିବ ବୋଲି ସୋମବାର ଘୋଷଣା କରିଥିଲେ ତୈଳ ବିପଣନକାରୀ କମ୍ପାନି । ମଙ୍ଗଳବାର ସକାଳ ୬ଟା ଠାରୁ ନୂଆ ମୂଲ୍ୟ ଲାଗୁ ହେବ ବୋଲି ସୂଚନା ମିଳିଥିଲା । ତେବେ ମଙ୍ଗଳବାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଘଟିଛି । ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି) କହିଛି ଯେ, ସୋମବାର ପେଟ୍ରୋଲ ଏବଂ ଡିଜେଲ୍ ଲିଟର ପିଛା ୪୦ ପଇସା ହ୍ରାସ ନେଇ ଯେଉଁ ଘୋଷଣା ହୋଇଥିଲା ତାହା ଲାଗୁ ହେବ ନାହିଁ। ଫଳରେ ନୂଆଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୯୬.୭୨ ଟଙ୍କାରେ ସ୍ଥିର ରହିଥିବା ବେଳେ ମୁମ୍ବଇରେ ୧୦୬.୩୧, କୋଲକାତାରେ ୧୦୬.୦୩ ଓ ଚେନ୍ନାଇରେ ୧୦୩.୬୩ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ୧୦୩.୧୧ ପଇସା ରହିଛି। ଏହା ପୂର୍ବରୁ ଏପ୍ରିଲ ମାସରେ ଶେଷ ଥର ତେଲ ମୂଲ୍ୟରେ ହ୍ରାସ ପାଇଥିଲା। ମେ ୨୨ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ କେନ୍ଦ୍ରୀୟ ଶୁଳ୍କ ହ୍ରାସ କରିଥିଲେ। ସୂଚନାଯୋଗ୍ୟ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତୈଳ ଦରରେ ୪୦ ପଇସା ଲେଖାଏଁ ହ୍ରାସ ହେବ ବୋଲି କୁହାଯାଇଥିଲା। ଏମିତି ହେଲେ ପେଟ୍ରୋଲ ଓ ଡିଜେଲ ଦରର ମୋଟ ୨ ଟଙ୍କା ହ୍ରାସ ହୋଇଥା’ନ୍ତା। ତେବେ ୨୪ ଘଣ୍ଟା ନଯାଉଣୁ ଆଇଓସି ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories