BJD Bijuli 480×75 Mob

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

BJD Bijuli 480×75 Mob
0

କଟକ: ପେଟ୍ରୋଲ ଦର ବୃଦ୍ଧିକୁ ବିରୋଧ କରି ସୋମବାର ସକାଳେ କଂଗ୍ରେସ ପକ୍ଷରୁ କଟକ-ଭୁବନେଶ୍ୱର ଜାତୀୟ ରାଜପଥ ବାଲିକୁଦା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶହଶହ ସଂଖ୍ୟାରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଏଥିଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଅନେକ ସଂଖ୍ୟାରେ ଗାଡ଼ି ଅଟକି ରହିଛି।
ପେଟ୍ରୋଲ ଦର ଲିଟର ପିଛା ୭୮ଟଙ୍କାରୁ ଅଧିକ ହୋଇଥିବା ସତ୍ୱେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଏଭଳି ଅଭିଯୋଗ ଆଣି ସୋମବାର ଦିନ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଶହଶହ କଂଗ୍ରେସ କର୍ମୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାଇବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି।

Leave A Reply