ବ୍ରଜରାଜନଗର : ଝାରସୁଗୁଡାରୁ ଆସି ବ୍ରଜରାଜନଗରରେ ନିର୍ବାଚନ ଲଢ଼ୁଥିବା ବିଜେଡ଼ି ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ ବିରୋଧ ଆରମ୍ଭ ହୋଇଯାଇଛି। ଯାହାର ଫଳ ସ୍ବରୂପ ଗୁରୁବାର ସକାଳୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା କିଶୋରଙ୍କ ପୋଷ୍ଟର ଉପରେ କାଳି ବୋଳି ଦିଆଯାଇଥିବା ଦେଖିବାକୁ ମିଳିଛି। ସେହିପରି ବୁଧବାର ବିଜେଡ଼ିର ପୋଷ୍ଟର ମାଳ ଗୁଡ଼ିକ ଚିରି ଦିଆଯାଇଛି। ଏଥିରୁ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି ଯେ ବ୍ରଜରାଜନଗର ଅଞ୍ଚଳରେ ବାହାରୁ ଆସି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀ କରୁଥିବା କିଶୋରଙ୍କୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ହେଲେ ଏହା କେଉଁ ଗୋଷ୍ଠୀ କିମ୍ବା ସଂଗଠନର କାର୍ୟ୍ୟ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହା ବାହାର ପ୍ରାର୍ଥୀଙ୍କୁ ସ୍ଥାନୀୟ ଲୋକଙ୍କ ବିରୋଧର ପ୍ରାକ୍ ସୂଚନା ବୋଲି ଆଲୋଚନା ହେଉଛି।
Popular Categories



