www.samajalive.in
Tuesday, December 9, 2025
26.1 C
Bhubaneswar

କରୋନା ସଂକ୍ରମିତଙ୍କ ସୁରକ୍ଷା ନିମନ୍ତେ ଜାତିସଂଘ ପ୍ରସ୍ତୁତ କରୁଛି ‘‘ପିପୁଲ୍ସ ଭ୍ୟାକସିନ୍’’

ନ୍ୟୁୟର୍କ: କରୋନା ଭୂତାଣୁ ସଂକଟ ଦିନକୁ ଦିନ ବୃଦ୍ଧି ପାଉଛି। ସାରା ବିଶ୍ବରେ କରୋନା ବିରୋଧରେ ଲଢେଇ ଜାରି ରହିଛି। କରୋନା ମହାମାରୀ ଭାରତରେ ଉଦ୍‌ବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି। ତେବେ ମିଳିତ ଜାତିସଂଘ, ଇଣ୍ଟରନ୍ୟାସ୍‌ନାଲ୍‌ ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ମୁଭ୍‌ମେଣ୍ଟ ପକ୍ଷରୁ ମିଳିତ ଭାବେ ‘ପିପୁଲ୍ସ ଭ୍ୟାକ୍‌ସିନ୍‌’ ତଥା ‘ଲୋକଙ୍କ ଟୀକା’ର ବିକାଶ କରାଯାଉଛି, ଯାହା କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇପାରିବ ବୋଲି ଆଶା କରାଯାଉଛି। ଲଣ୍ଡନରେ ଆୟୋଜିତ ଗ୍ଲୋବାଲ୍‌ ଭ୍ୟାକସିନ୍‌ ଆଲାଏନ୍ସ ଶୀର୍ଷକ ଟୀକା ସମ୍ମିଳନୀରେ ଏହି ଟୀକା ସଂକ୍ରାନ୍ତରେ ତଥ୍ୟ ଉପସ୍ଥାପନା କରାଯାଇଥିଲା। କୋଭିଡ୍‌-୧୯ ଟୀକା ପାଇଁ କୋଟିକୋଟି ଡଲାର ଖର୍ଚ୍ଚ ହେବାକୁ ଥିବାବେଳେ ଏହି ଟୀକା କରୋନା ସଂକ୍ରମଣ ରୋକିବାରେ ସହାୟକ ହୋଇପାରିବ। ବୟସ୍କ, ଯୁବକ କିମ୍ବା ଶିଶୁ ଯେଉଁମାନେ କରୋନା ଆକ୍ରାନ୍ତ ସେମାନଙ୍କ ପାଇଁ ଏହି ଟୀକା ସୁରକ୍ଷା ଦେଇପାରିବ। କରୋନା ଭୂତାଣୁ ପାଇଁ ଟୀକା ପ୍ରସ୍ତୁତ ହେଉଥିବା ପ୍ରସଙ୍ଗ ମାନବିକତା ଦୃଷ୍ଟି କୋଣରୁ ପ୍ରକାଶ କରାଯାଇଛି ବୋଲି କୁହାଯାଇଛି।
କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଶିଶୁମାନଙ୍କୁ ଟୀକାକରଣରେ ବାଧାପ୍ରାପ୍ତ ହୋଇଛି। ମିଳିମିଳା, ଡିପ୍‌ଥେରିଆ, ଓ ପୋଲିଓ ରୋଗ ପାଇଁ ନିୟମିତ ଟୀକାଦାନ କରାଯାଇ ପାରୁନାହିଁ ଏବଂ ଏହାଦ୍ବାରେ ୮୦ମିଲିୟନ୍‌ ଶିଶୁଙ୍କ ଟୀକାକରଣ ବାଧାପ୍ରାପ୍ତ ହୋଇଛି। ମିଳିତ ଜାତିସଂଘ, ଇଣ୍ଟରନ୍ୟାସ୍‌ନାଲ୍‌ ରେଡ୍‌ କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ମୁଭ୍‌ମେଣ୍ଟ ପକ୍ଷରୁ ମିଳିତ ଭାବେ ‘ପିପୁଲ୍ସ ଭ୍ୟାକ୍‌ସିନ୍‌’ ତଥା ‘ଲୋକଙ୍କ ଟୀକା’ ସବୁ ବର୍ଗର ଲୋକଙ୍କ ପାଇଁ ଲାଭ ଦାୟକ ହେବ ଏବଂ ବିଶେଷ କରି ଶିଶୁମାନଙ୍କ ଲାଗି ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories