www.samajalive.in
Sunday, December 7, 2025
23.1 C
Bhubaneswar

ନୃତାଙ୍ଗରେ ଦୁଇ ବରାଳଙ୍କ ହତ୍ୟା ଏକ ହୀନ ରାଜନୈତିକ ଚକ୍ରାନ୍ତ : ନିରଞ୍ଜନ

ଭୁବନେଶ୍ୱର :  ଗତ ୨ ତାରିଖରେ ମାହାଙ୍ଗା ବ୍ଲକ ନୃତାଙ୍ଗ ଗ୍ରାମରେ ଘଟିଯାଇଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କର ସମ୍ପର୍କୀୟ ଦିବ୍ୟସିଂହ ବରାଳାଙ୍କ ପରିବାରକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିଛନ୍ତି। ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ଜନସାଧାରଣଙ୍କ ସହିତ ହତ୍ୟା ସଂପର୍କୀୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।
ସ୍ୱର୍ଗତ ବରାଳାଙ୍କ ଘରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ଦୁଇ ବରାଳଙ୍କର ହତ୍ୟା ରାଜନୈତିକ ଉଦ୍ଦେଶ୍ୟ ସହ ଏକ ହୀନ ରାଜନୈତିକ ଚକ୍ରାନ୍ତ ବୋଲି ଅଭିହିତ କରିବା ସହ ର୍ଦୁନୀତିରେ ବୁଡ଼ି ରହିଥିବା ରାଜ୍ୟ ସରକାର ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କର ତୀବ୍ର ଭର୍ସନା କରିଥିଲେ। ମାହାଙ୍ଗା ବ୍ଲକରେ ବିଗତ ୪୦ବର୍ଷ ଧରି କଂଗ୍ରେସ ଦଳରେ ସକ୍ରୀୟ ରାଜନୀତି କରି ବ୍ଲକ ଚେୟାରମ୍ୟାନ ସହ ବିଭିନ୍ନ ପଦପଦବୀରେ ରହି ଜନତାଙ୍କ ସେବା କରିଥିବା ସ୍ୱର୍ଗତ କୁଳମଣୀ ବରାଳ ୨୦୧୮ ମସିହାରେ ଭାରତୀୟ ଜନତାପାର୍ଟିରେ ସାମିଲ ହୋଇଥିଲେ। ସ୍ଥାନୀୟ ଜନପ୍ରତିନିଧି ଓ ସରକାରଙ୍କର ବରିଷ୍ଠ ମନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବା ଅନେକ ଅନୀତି ଓ ଦୁର୍ନିତ ବିରୁଦ୍ଧରେ ବିଭିନ୍ନ ସମୟରେ ସ୍ୱର ଉତୋଳନ କରୁଥିବା ସ୍ୱର୍ଗତ ବରାଳଙ୍କୁ ହତ୍ୟା କରାଯାଇଥିଲା। ସ୍ୱର୍ଗତ ବରାଳ ମୃତ୍ୟୁ ପୂର୍ବରୁ ତାଙ୍କ ବଡ଼ ପୁଅଙ୍କ ଆଗରେ ବୟାନ ଦେଇଥିଲେ।

- Advertisement -

ପୁଲିସ୍‍ ପ୍ରକୃତ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବା ପାଇଁ ଅପପ୍ରୟାସ କରୁଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ସ୍ୱର୍ଗତ ବରଳାଙ୍କ ହତ୍ୟାକାରୀକୁ ଉଚିତ୍‍ ଦଣ୍ଡ ଦେବା ସହ ମାହାଙ୍ଗା ଭଳି ଏକ ଶାନ୍ତିପ୍ରିୟ ଅଞ୍ଚଳରେ ପ୍ରଶାସନିକ ଶାନ୍ତି ବଜାୟ ରଖିବା ପାଇଁ ସେ ଓଡ଼ିଶା ସରକାରଙ୍କ ନିକଟରେ ଦାବି ରଖିଛନ୍ତି। ବିପର୍ଯ୍ୟୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ତାଙ୍କର ନୈତିକତା ଦୃଷ୍ଟିରୁ ପଦତ୍ୟାଗ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। କଂଗ୍ରେସ ପ୍ରତିନିଧି ମଣ୍ଡଳରେ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ଜ୍ଞାନ ବେଉରା, ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡ଼ା, ୨୦୧୯ର କେନ୍ଦ୍ରାପଡ଼ାର ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ, ପ୍ରଦେଶ କଂଗ୍ରେସର ମୁଖପାତ୍ର ପଦ୍ମାକର ଗୁରୁ, ମାହାଙ୍ଗା
କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ସାଲେପୁର କଂଗ୍ରେସ ନେତା  ରବିନ୍ଦ୍ର କର, ଯୁବ ନେତା ବୁଟୁ କର, ଶିବ ପ୍ରସାଦ ବେହେରା, ମାହାଙ୍ଗା ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବେଉରା, କଂଗ୍ରେସ ନେତ୍ରୀ କୁସୁମ ପ୍ରଧାନ, ରିତା ସ୍ୱାଇଁ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories