www.samajalive.in
Tuesday, December 9, 2025
26.1 C
Bhubaneswar

କରୋନାରେ ଆଖି ବୁଜିଲେ ଯୁବ ଡାକ୍ତର, ମାତ୍‌ଦେଲେ ପୂର୍ବତନ ବାଚସ୍ପତି

ପାତ୍ରପୁର/ପୁରୁଷୋତ୍ତମପୁର: କରୋନା ଯୁଦ୍ଧରେ ଜଣେ ଯୁବ ଡାକ୍ତର ପ୍ରାଣ ହରାଇଥିବା ବେଳେ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି ବର୍ଷୀୟାନ ନେତା ତଥା ପୂର୍ବତନ ବାଚସ୍ପତି। କରୋନା ଯୁଦ୍ଧରେ ଲଢେଇ କରି ନିଜେ ସେଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ଭାଟକୁମରଡା ଗୋଷ୍ଠୀ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ବି. କ୍ରିଷ୍ଣା। ଏହି ରୋଗରେ ଚିକିତ୍ସିତ ହୋଇ ଶେଷରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟ।

ପୁରୁଷୋତ୍ତମପୁର ବ୍ଲକର କରୋନା ଯୋଦ୍ଧା ଡାକ୍ତର ବି.କ୍ରିଷ୍ଣାଙ୍କ ଆଜି ଭୋରରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଜଣେ ଜନସେବୀ ଡାକ୍ତରଙ୍କ ମୃତ୍ୟୁରେ ପୁରୁଷୋତ୍ତମପୁର ସହର ଓ ବ୍ଲକ ସ୍ତବ୍ଧ ହୋଇଯାଇଛି। ଚାରିଆଡେ ଶୋକର ଛାୟା। ଖବର ପାଇ ଭଟକୁମାରଡା ଗୋଷ୍ଠୀ ଡାକ୍ତରଖାନାରେ ସିଡିଏମଓ ଉମାଶଙ୍କର ମିଶ୍ର, ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଓ ମେଡିକାଲ କର୍ମଚାରୀ ପହଞ୍ଚି ଗଭୀର ଶୋକ ପ୍ରକଟ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

- Advertisement -

ଭଟକୁମାରଡାଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ୪୫ ବର୍ଷୀୟ ଡ଼ ବି. କ୍ରିଷ୍ଣା ଗତ ଅଢେଇ ବର୍ଷ ହେଲା ଏଠାରେ ନିଯୁକ୍ତି ପାଇ ଲୋକଙ୍କୁ ଅନବରତ ସେବା ଯୋଗାଇ ଆସୁଥିଲେ। କରୋନା ଲଢେଇରେ ସେ ଅହରହ ସାମିଲ ରହି ଭଟକୁମାରଡା ପଞ୍ଚାୟତର କୋଭିଡ କେର ହୋମରେ ସରପଞ୍ଚ ବିମ୍ବାଧର ବେହେରାଙ୍କ ସହ ମିଳିତ ଭାବେ କରୋନା ରୋଗୀଙ୍କ ଚିକିତ୍ସା କରି ଆସୁଥିଲେ। ଗତ ୪ ତାରିଖରେ ବଡ ବରଗାଁ ପଞ୍ଚାୟତର ରାଣୀଗାଁରେ ହୋଇଥିବା କରୋନା କ୍ୟାମ୍ପରେ ନିଜର ସ୍ୱାବ ଟେଷ୍ଟ କରାଇଥିଲେ । ଟେଷ୍ଟିଂ ରିପୋର୍ଟ ପଜିଟିଭ ଆସିବାରୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଉମାଶଙ୍କର ମିଶ୍ରଙ୍କ ପରାମର୍ଶ କ୍ରମେ ତାଙ୍କୁ ଚିକିତ୍ସା ପାଇଁ ୫ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା।

ଚିକତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟ କର୍ମୀ ରାମେଶ୍ୱରୀ ପାଣିଗ୍ରାହୀ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଥିଲେ । ଆଜି ଭୋର ୩ଟା ସମୟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିବା ଖବର ଏଠାରେ ପହଞ୍ଚିଥିଲା। ଖବର ପାଇ ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ମୁଖ୍ୟ ଚିକିତ୍ସା ଅଧିକାରୀ ଉମାଶଙ୍କର ମିଶ୍ର, ଭଟକୁମାରଡା ସରପଞ୍ଚ ବିମ୍ବାଧର ବେହେରା, ବିଡ଼ିଓ ବିଜୟ ବେହେରା, ଅତିରିକ୍ତ ବିଡ଼ିଓ ମଧୁସୂଦନ ମହାରଣା, ଅତିରିକ୍ତତହସିଲଦାର ସୁନୀଲ କୁମାର ଟୁଡୁ , ଆଇଆଇସି ଜଗନ୍ନାଥ ମଲ୍ଲିକ, ଏନଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ର, ସିଡିପିଓ ସବିତା ଚ୍ୟାଉପଟ୍ଟନାୟକ ପ୍ରମୁଖ ଭାଟକୁମାରଡା ଚିକିତ୍ସା କେନ୍ଦ୍ରରେ ପହଞ୍ଚିଥିଲେ। ମେଡିକାଲର ସମସ୍ତ ଡାକ୍ତର, ସ୍ୟାସ୍ଥ୍ୟ କର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ସହାୟକଙ୍କ ଉପସ୍ଥିତିରେ ଏକ ଶୋକ ସଭା କରାଯାଇ ତାଙ୍କରି ସ୍ମତିଚାରଣ କରାଯାଇଥିଲା।
ସେହିପରି କରୋନା ଲଢେଇ​‌େ​ର ବିଜୟୀ ହୋଇଛନ୍ତି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟ। ୮୧ବର୍ଷ ବୟସରେ ମହାମାରୀ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ଫେରିଛନ୍ତି ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଚିକିଟି ନିର୍ବାଚନମଣ୍ଡଳୀର ଏହି ବର୍ଷିଆନ ରାଜନେତା । ସୁସ୍ଥ ଖବର ପାଇବା ପରେ ଅଞ୍ଚଳରେ ବିଭିନ୍ନ ମହଲରେ ଖୁିସର ଲହରି ଖେଳି ଯାଇଛି। ଜୁଲାଇ ୩୦ ତାରିଖରେ ସେ ନିଜ ଗ୍ରାମରେ ସ୍ୱାବ ଟେଷ୍ଟ କରି କରୋନା ପଜିଟିଭ ଚିହ୍ନଟ ହେବା ପରେ ହୋମ ଆଇସୋଲେସନରେ ରହିଥିଲେ। ସେହି ସମୟରେ ସେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ଅଗଷ୍ଟ ୪ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ କୋଭିଡ ଚିକିତ୍ସା ପରେ ଚିନ୍ତାମଣି ବାବୁ ସୁସ୍ଥ ହୋଇ ଶନିବାର ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। ବର୍ତ୍ତମାନ ସେ କରୋନାମୁକ୍ତ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ତାଙ୍କ ଅସୁସ୍ଥତା ଖବର ଜଣା ପଡିବା ପରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ରାଜନେତା ଓ ଶୁଭେଚ୍ଛୁ ନିୟମିତ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ। ଆଜି ଚିନ୍ତାମଣି ଦ୍ୟାନସାମନ୍ତରାୟ ଡାକ୍ତରରଖାନାରୁ ଡିସଚାର୍ଜ ହୋଇଛନ୍ତି। କିଛିଦିନ ଭୁବନେଶ୍ୱରସ୍ଥିତ ଘରେ ରହିବା ପରେ ନିଜ ଗାଁ ବମକୋଇକୁ ଫେରିବେ ବୋଲି ତାଙ୍କ ପୁତ୍ର ରବୀନ୍ଦ୍ରନାଥ ଦ୍ୟାନ ସାମନ୍ତରାୟ ସୂଚନା ଦେଇଛନ୍ତି।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories