www.samajalive.in
Sunday, December 7, 2025
23.1 C
Bhubaneswar

ସଙ୍କଟରେ ପଶୁ ଧନ; ଗୋଠ ଖୋଜୁଛି ଗୁହାଳ

ପାତ୍ରପୁର: ପାତ୍ରପୁର ବ୍ଳକରେ ବହୁ ସଂଖ୍ୟକ ଲୋକ ଚାଷ କାର୍ଯ୍ୟ କରି ଜୀବୀକା ନିର୍ବାହ କରି ଥାଆନ୍ତି। ଚାଷ କାର୍ଯ୍ୟ ସମ୍ପାଦନ ପାଇଁ ଗୋବରର ଆବଶ୍ୟକତାକୁ ଦେଖି ବହୁ ଲୋକ ଘରେ ଗୃହପାଳିତ ପଶୁ ପାଳନ କରୁଥିବା ବେଳେ କେତେକ ଲୋକ ଗୋଠ କରି ବାହାରେ ପଶୁ ପାଳୁଥିଲେ। ଗୋଠରେ ରାଜା ରାଜୁଡା ଅମଳରୁ ରାଜା(ଜମିଦାର) ଧନୀକ ବ୍ୟକ୍ତି ଏବଂ ସାଧାରଣ ଲୋକମାନେ ଗାଈ ଛାଡୁଥିଲେ। ଗୋଠ ଜନ୍ମିତ ବାଛୁରୀ ଭାଗ ହେଉଥିବାବେଳେ ଗୋଠ ପରିଚାଳନା କରୁଥିବା ବ୍ୟକ୍ତି ଘିଅ ଦହି ଛେନା ଏବଂ କ୍ଷୀର ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଯାହାକି ଏବେ ମଧ୍ୟ ଜାରି ରହିଛି। ଗ୍ରାମରେ ଘରମାନଙ୍କରେ ଏହି ପଶୁଙ୍କ ପାଇଁ ଗୁହାଳ ଘର ନିର୍ମାଣ ସହିତ ଖାଦ୍ୟ ଯୋଗାଇବା ପାଇଁ ଦାଣ୍ଡରେ ଦଙ୍ଗା ରଖୁଥିଲେ। ଅଂଚଳର ପଦର ଜମିରେ ବିଭିନ୍ନପ୍ରକାର ଡାଲିଜାତୀୟ ଫସଲ ବାଦାମ, ମୁଗ, ବିରି, ରାଶି, ମାଣ୍ଡିଆ, କୋଳଥ, ବାଇଲ ସହ ପନିପରିବା ଚାଷ କରୁଥିବା ବେଳେ ପାଣି ରହୁଥିବା ଜମିରେ ଧାନ ସହ ମୁଗ ବିରି ପ୍ରଭୃତି ଚାଷ କରି ସେହି ଫସଲ ଅଦାୟରେ ପରିବାର ପ୍ରତି ପୋଷଣ କରୁଥିଲେ। ଘରେ ରଖିଥିବା ପଶୁଙ୍କ ଗୋବର ଖତ ଧାନ ଜମିରେ ପକାଉଥିବା ବେଳେ ପଦର ଜମିରେ ଗୋଠ ବସାଇ ଜମି ଖତ କରୁଥିଲେ। ପରବର୍ତ୍ତୀ ସମୟରେ ସାରର ବ୍ୟବହାର ସାଙ୍ଗକୁ ଉନ୍ନତ ମାନର ବିହନ ବ୍ୟବହାର ସହ ଧାଡି ରୁଆ ଶ୍ରୀ ପଦ୍ଧତିରେ ଅଧିକା ଅମଳ ପାଇଁ ସରକାରୀ ପ୍ରୋତ୍ସାହନରେ ଚାଷ କରୁଥିଲେ। ଏପରିକି ଜିଆଖତ ପ୍ରସ୍ତୁତକରି ପ୍ରୟୋଗ କରିବାପାଇଁ ଉଦ୍ୟମ ହୋଇଥିଲା। ଏବେ ଜମିରେ ବିଭିନ୍ନ ଫସଲ ଅମଳ ପାଇଁ ଖତ ପ୍ରୟୋଗ ସହ ଜମିର ଉର୍ବରତା ରକ୍ଷା ପାଇଁ ୟୁରିଆ ପରିମାଣ କମାଇବା ପରାମର୍ଶ ଦିଆଯାଉଛି। ତେବେ ଚାଷ ପାଇଁ ଏବେ ଗୋବର ମିଳିବା ବହୁ ମାତ୍ରାରେ କମିବାରେ ଲାଗିଛି। ବିଭିନ୍ନ ଗ୍ରାମରେ ଏବେ ଗୃହପାଳିତ ପଶୁ ସଂଖ୍ୟା ହ୍ରାସ ପାଇଛି। ଏପରିକି ପଶୁଧନର ଚିକିତ୍ସାପାଇଁ ଥିବା ବହୁ କେନ୍ଦ୍ର ବନ୍ଦ ହେବା ସହ ବହୁ ସ୍ଥାୟୀ କର୍ମଚାରୀ ସଂଖ୍ୟା ହ୍ରାସ ପାଇଛି। ଚାଷୀଙ୍କୁ ପଶୁ ପାଳନ କରିବା ପାଇଁ ସରକାର ସହାୟତା ଯୋଗାଇ ପକ୍କା ଗୁହାଳ ନିର୍ମାଣ ଉଦ୍ୟମ ଜାରି ରଖିଛନ୍ତି। ତେବେ କେତେକ ଲୋକ ଗୁହାଳ ନିର୍ମାଣ ପରେ ସେହି ଘରେ ଯାନବାହାନ, ଜିନିଷ ପତ୍ର ରଖୁଥିବା ବେଳେ କିଛି ଲୋକ ବାସଗୃହ କରିଛନ୍ତି। ଗ୍ରାମମାନଙ୍କରେ ପଶୁ ସଂପଦ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ପାଳନ କରୁଥିବା ବେଳେ ବଳଦ ପୋଢ଼ ମାଧ୍ୟମରେ ହଳ କରି ଚାଷ କରିବା ସହ ଶଗଡ଼ ଗାଡ଼ିରେ ଜିନିଷ ପରିବହନ କରୁଥିଲେ। ଏବେ ଅନେକ ଗ୍ରାମରେ ପଶୁ ସଂପଦ ସଂଖ୍ୟା ହ୍ରାସପାଇଛି।

ତେବେ ପୂର୍ବରୁ କିଛି ସମ୍ପ୍ରଦାୟର ଗଉଡ଼ ଗୋଲା ଲୋକମାନେ ଗୋଠ କରି ଗା,ଈ ମଇଁଷି, ଛେଳି, ମେଣ୍ଢା ପୂର୍ବ ଭଳି ପାଳନ କରି ଜୀବିକା ନିର୍ବାହ କରୁଛନ୍ତି। ପୂର୍ବରୁ ଅଧିକା ଦୁଗ୍ଧ ଉତ୍ପାଦନ ପାଇଁ ଇସ୍ପୋ ସହାୟତାରେ ଶଙ୍କର ଜାତୀୟ ଷଣ୍ଢ ଯୋଗାଯାଇ ବାଛୁରୀ ସୃଷ୍ଟି ହେଉଥିଲା। ଏବେ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ପଶୁ ପାଳନ କମିବାରେ ଲାଗିଛି। ନିୟମିତ ଅଂଚଳରୁ ଆନ୍ଧ୍ରକୁ ପଶୁମାନଙ୍କୁ ଚାଲାଣ ହେଉଛି। ପୂର୍ବରୁ ରାସ୍ତାରେ ଚଲାଇ ଚଲାଇ ନେଉଥିବା ବେଳେ ଏବେ ଗାଡ଼ିରେ ପାଲ ଘୋଡାଇ ନିଆ ଯାଉଛି। ତେବେ ଗୋଠ କରୁଥିବା ଲୋକମାନେ ଗ୍ରାମ ବାହାରେ ନିଜର ଗୋଠରେ ପଶୁ ରଖି ଥାଆନ୍ତି। ବିଶେଷକରି ଚାରଣ ଜମିକୁ ଦେଖି ପାହାଡ଼ ତଳମାନଙ୍କରେ ବର୍ଷର ଅଧିକାଂଶ ସମୟ ରଖି ଥାଆନ୍ତି। ଖରା ବର୍ଷା ବେଳେ ଏହି ପଶୁ ଖୋଲା ଆକାଶତଳେ ଗୁହାଳ ଘର ନଥିବାରୁ ରହିବା ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମଧ୍ୟ ଘଟୁଥିବା ନଜିର ରହିଛି । ଏପରିକି କେତେକ ସ୍ଥାନରେ ପଶୁଙ୍କ ଚାରଣ ପାଇଁ ଥିବା ଗୋଚର ଜମି ଜବର ଦଖଲ ହେବା ଫଳରେ ପଶୁଙ୍କ ଚରିବାରେ ଅସୁବିଧା ହେଉଛି। ଗରିବ ଲୋକମାନେ ଗୋଠ କରି ଚଳୁଥିବା ବେଳେ ଚାଷ କାର୍ଯ୍ୟ ସମ୍ପାଦନ ପାଇଁ ଗୋବର ଯୋଗାଉଛନ୍ତି। ତେଣୁ ସରକାର ଏହି ଗୋଠ ରଖୁଥିବା ସ୍ଥାନରେ ଗୁହାଳଘର ନିର୍ମାଣ କରିବା ସହିତ ଏହି ଗରିବ ଲୋକଙ୍କୁ ସ୍ବତନ୍ତ୍ର ଭାବେ ପ୍ରୋତ୍ସାହନ ଯୋଗାଇଲେ ଚାଷ କାମ ପାଇଁ ଖତ ମିଳିବା ସହ ପଶୁବଂଶ ବୃଦ୍ଧି ପାଇବା ଆଶା ରହିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories