www.samajalive.in
Sunday, December 14, 2025
19.1 C
Bhubaneswar

ତୁମ୍ବା ଉନ୍ନୟନ ସଂସ୍ଥାରେ ସମୀକ୍ଷା କଲେ ମନ୍ତ୍ରୀ ଉଷାଦେବୀ

ପାତ୍ରପୁର: ପାତ୍ରପୁର ବ୍ଳକ ତୁମ୍ବା ଉନ୍ନୟନ ସଂସ୍ଥା ସମିଳନୀ କକ୍ଷରେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗୀୟ ମନ୍ତ୍ରୀ ଉଷାଦେବୀ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଅଞ୍ଚଳର ବହୁ ଆଦିବାସୀ ଲୋକ ଯୋଗ ଦେଇ ମନ୍ତ୍ରୀଙ୍କୁ ନିଜ ଅଞ୍ଚଳର ବିଭିନ୍ନ ଅଭିଯୋଗ ଜଣାଇଥିଲେ। ବୈଠକରେ ମନ୍ତ୍ରୀ ତୁମ୍ବା ଉନ୍ନୟନ ସଂସ୍ଥାର ଅଧୀନରେ ଆଦିବାସୀ ଲୋକଙ୍କ ପାଇ କଣ ସବୁ ବିକାଶ ମୂଳକ କାର୍ଯ୍ୟ ଚାଲିଛି ସେନେଇ ପ୍ରଶ୍ନ କରିଥିଲେ। ଭାରପ୍ରାପ୍ତ ସ୍ୱତନ୍ତ୍ର ଅଧିକାରୀ ପୁରୁଷୋତ୍ତମ ସେଠି ଓ ଓପିଲିପି ପ୍ରକଳ୍ପର ପରିଚାଳକ ସଞ୍ଜୟ ପାତ୍ର ମନ୍ତ୍ରୀଙ୍କୁ ଚାଲି ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବାବେଳେ ଉପସ୍ଥିତ ଲୋକେ ତୁମ୍ବା ଉନ୍ନୟନ ସଂସ୍ଥା ଏବଂ ତା ଅଧୀନରେ ଚାଲୁଥିବା ଓପିଲିପି ସଂସ୍ଥା ବିରୁଦ୍ଧରେ କେତେକ ଅଭିଯୋଗ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଥିଲେ। ଏପରିକି ସଂସ୍ଥାରେ କାର୍ଯ୍ୟରତ ଜଣେ ଯନ୍ତ୍ରୀ ଓ ଅନ୍ୟଜଣେ କର୍ମଚାରୀ ମଧ୍ୟ ମନ୍ତ୍ରୀଙ୍କ ଆଗରେ କିଛି ଅଭିଯୋଗ କରିଥିଲେ। କିଛିଲୋକ ଓପିଲିପି ପ୍ରକଳ୍ପ ସହ ଜଡିତ ସଂସ୍ଥା ନାଁ ରେ ମଧ୍ୟ ଅଭିଯୋଗ କରିଥିଲେ।

ଅଭିଯୋଗ ସମ୍ପର୍କରେ ମନ୍ତ୍ରୀ ଓପିଲିପିକୁ ବୈଷୟିକ ଜ୍ଞାନ କୌଶଳ ଯୋଗାଉ ଥିବା ଇସାରା ସଂସ୍ଥାର ସଂପାଦକ ରବୀନ୍ଦ୍ର ପାତ୍ରଙ୍କୁ ପଚାରିବାରେ ସେ ଏହି ଅଞ୍ଚଳର ତିନିଗୋଟି ପଞ୍ଚାୟତ ତୁମ୍ବା ବୁରାତାଲ ଏବଂ ଆଙ୍କୁଲି ୧୩୪ଟି ଗ୍ରାମର ୧୬୦୦ ପରିବାର ପାଇଁ କିଭଳି କାର୍ଯ୍ୟ କରୁଛି ତାର ଉତ୍ତର ଦେଇଥିଲେ। ମନ୍ତ୍ରୀ ବିଭିନ୍ନ ଅଭିଯୋଗ ଶୁଣିବା ସହ ଅଭିଯୋଗ ସମ୍ପର୍କରେ ଆଗାମୀ ସପ୍ତାହରେ ପୁଣିଥରେ ସମସ୍ତ କାର୍ଯ୍ୟର ସମୀକ୍ଷା କରିବେ ବୋଲି କହିବା ସହିତ ଆଦିବାସୀ ଅଞ୍ଚଳରେ ମିଳୁଥିବା ସରକାରୀ ଅନୁଦାନର ସଠିକ ବିନିଯୋଗ କରି ଲୋକଙ୍କ ବିକାଶ କାମ ଠିକ ଭାବେ କରି ସରକାରଙ୍କ ମହତ ଲକ୍ଷ ପୁରାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ସମୀକ୍ଷା ବେଳେ ସଂସ୍ଥା ସହ ଜଡିତ ସମସ୍ତ କର୍ମଚାରୀ ଉପସ୍ଥିତ ରହିବାକୁ କହିଥିଲେ। ଶେଷରେ ମନ୍ତ୍ରୀ କିଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଣ୍ଡିଆ ଚୁନା କରିବା ମେସିନ ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତୁମ୍ବା ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ସଚ୍ଚିଦାନନ୍ଦ ରାଜଗୁରୁ, ବାପୁଜି ବିଷୋୟୀ, ବି.କୃଷ୍ଣମୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories