www.samajalive.in
Sunday, December 14, 2025
15.1 C
Bhubaneswar

ଗୁଣ୍ଡାଗିରି ଓ ଅସଦାଚରଣ କରିବା ମହଙ୍ଗା ପଡ଼ିଲା, ଯୁବକଙ୍କୁ ନିର୍ଧୁମ ଛେଚିଲେ ମହିଳା ଗୋଷ୍ଠୀ

ମୋହନା: ସର୍ବସମ୍ମୁଖରେ ମହିଳାଙ୍କୁ ଅସଦାଚରଣ ଓ ଗାଁରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ମହଙ୍ଗ ପଡିଲା। ମହିଳା ଗୋଷ୍ଠୀ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ଧୁମ୍ ଛେଚିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ତହସିଲଦାର ପହଞ୍ଚି ଲୋକଙ୍କୁ ବହୁ ସମୟ ଧରି ବୁଝାସୁଝା କରିବା ପରେ ଉକ୍ତ ଯୁବକକୁ ଅଡବା ପୁଲିସ ଉଦ୍ଧାର କରଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଖାରୀଗୁଡା ପଞ୍ଚାୟତରେ।

ସୂଚନା ପ୍ରକାରେ ଏହି ପଞ୍ଚାୟତ ଅନ୍ତର୍ଗତ କେ. ଲମଡାଙ୍ଗ୍ ଗ୍ରାମର ଯୁବକ ଆନ୍ଦ୍ରିୟ ମାଝୀ ଓ ନରେନ୍ଦ୍ର ମଲ୍ଲିକଙ୍କ ମଧ୍ୟରୁ କୌଣସି ଘଟଣାକୁ ନେଇ କିଛି ଦିନ ତଳେ ଝଗଡା ହୋଇଥିଲା। ତେଣୁ ନରେନ୍ଦ୍ର ମଲ୍ଲିକ ଆନ୍ଦ୍ରିୟ ମାଝୀଙ୍କ ନାମରେ ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେଣୁ ଏହାର ସମାଧାନ ପାଇଁ ୨୦ରେ ସ୍ଥାନୀୟ ଜନସାଧାରଣଙ୍କ ସହ ଜନ ପ୍ରତିନିଧି ଥାନାରେ ପହଞ୍ଚି ସମାଧାନ କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଆଜି ପୁଣି ସେହି ଘଟଣାର ସମାଧାନ କରିବା ପାଇଁ ଗ୍ରାମପଞ୍ଚାୟତ ଠାରେ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ କରାଯାଇଥିଲା। ତେବେ ଉକ୍ତ ସ୍ଥାନରେ ଆନ୍ଦ୍ରୀୟ ମାଝୀ ପହଞ୍ଚି ସମସ୍ତଙ୍କୁ ଗାଳି ଗୁଲଜ କରିବା ସହିତ ଗ୍ରାମର ମହିଳାମାନଙ୍କୁ ଖରାପ ଭାଷାରେ ଗାଳି କରିଥିଲା। ଉପସ୍ଥିତ ଲୋକେ ବାରମ୍ବାର ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ନବୁଝିବା ସହ ପାଚେରୀ ଡେଇଁ ଫେରାର୍ ହେବାକୁ ଚେଷ୍ଟା କରିଥିଲା। ତେଣୁ ମହିଳାମାନେ ଉତକ୍ଷିପ୍ତ ହୋଇ ତାକୁ କାବୁ କରିବା ସହ ହାତଗୋଡ଼ ବାନ୍ଧି ନିର୍ଧୁମ ଛେଚି ଥିଲେ। ଘଟଣାସ୍ଥଳରେ ଅଡବା ଥାନା ଅଧିକାରୀ, ରା.ଉଦୟଗିରି ଏସଡିପିଓ ଏବଂ ତହସିଲଦାର ପହଞ୍ଚି ଲୋକଙ୍କୁ ବହୁ ସମୟ ଧରି ବୁଝାସୁଝା କରିବା ପରେ ବନ୍ଧା ହୋଇଥିବା ଯୁବକଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories