www.samajalive.in
Sunday, December 14, 2025
23.1 C
Bhubaneswar

ଦୁଇ ବାଇକ ମୁହାଁମୁହିଁ, ୩ ଗୁରୁତର

ତୁରେକେଲା: ବଙ୍ଗୋମୁଣ୍ଡା ପାତଲପଡା କେନାଲ ନିକଟ ରାସ୍ତାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନେ ହେଲେ ଭିର୍କାପଡା ଗାଁର ଅଲେଖ ବାଗ ( ୨୮), ପାତଲପଡା ଗାଁର ନରେନ ବାଗ ( ୩୦), ଗୋହରିଆପଦର ଗାଁର ସଂଙ୍ଖ ବଚ୍ଛା (୩୧)। ଆହତମାନଙ୍କୁ ବଙ୍ଗୋମୁଣ୍ଡା ଦମକଳ କର୍ମଚାରୀ ଉଦ୍ଧାର କରି କଂଟାବାଞ୍ଜି ଡାକ୍ତରଖାନା ଚିକିତ୍ସା ପାଇଁ ଆଣିଥିଲେ। ଅଲେଖ ବାଗଙ୍କ ଅବସ୍ଥା ଠିକ ନଥିବାରୁ ବଲାଙ୍ଗିର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଅଲେଖ ବାଗ ଓ ନରେନ ବାଗ ଗୋଟିଏ ମୋଟର ସାଇକେଲରେ ପାତଲପଡାରୁ ବଙ୍ଗୋମୁଣ୍ଡା ଯାଉଥିଲେ ଏବଂ ବିପରିତ ଦିଗରୁ ସଂଙ୍ଖ ବଚ୍ଛା ଗୋହିରିଆପଦରରୁ ପାତଲପଡା ବାଇକରେ ଯାଉଥିଲେ। ଠିକ ପାତାଲପଡା କେନାଲ ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ବଙ୍ଗୋମୁଣ୍ଡା ଦମକଳ କର୍ମଚାରୀ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ଚିକିତ୍ସା ପାଇଁ ନେଇଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories