www.samajalive.in
Sunday, December 14, 2025
26.1 C
Bhubaneswar

ପାଟଣା ଅବକାରୀ ଥାନା ଘେରାଉ କଲେ ଶତାଧିକ ମହିଳା

ପାଟଣା: ଗାଁରେ ମଦ ବିକ୍ରିକୁ ବିରୋଧକରି ପାଟଣା ଅବକାରୀ ଥାନା ଘେରାଉ କରିଛନ୍ତି ଶତାଧିକ ମହିଳା। କେନ୍ଦୁଝର ଜିଲା ସାହାରପଡା ବ୍ଲକ ବାଇକଳା ପଞ୍ଚାୟତ ବାଲିତୋଟା ଗ୍ରାମର ଶତାଧିକ ମହିଳା ବାଇକଳା ଗ୍ରାମପଞ୍ଚାୟତ ସରପଞ୍ଚ ହରିହର ନାଏକ ଓ ସମିତି ସଭ୍ୟା ରଜନୀଗନ୍ଧା ନାଏକଙ୍କ ନେତୃତ୍ବରେ ଗ୍ରାମରେ ହେଉଥିବା ଅବାଧ ମଦ ବିକ୍ରିକୁ ବିରୋଧକରି ପାଟଣା ଅବକାରୀ ଥାନା ଘେରାଉ କରିଛନ୍ତି। ଏହି ଅବସରରେ ଏହାକୁ ଅବାଧ ମଦ ବନ୍ଦ କରିବାକୁ ଏକ ଦାବିପତ୍ର ପାଟଣା ଅବକାରୀ ଥାନା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତିଙ୍କୁ ପ୍ରଦାନ କରିଥିଲେ। ବାଲିତୋଟା ଗ୍ରାମରେ ଅବାଧ ମଦ ବିକ୍ରିକୁ ଗ୍ରାମର ମହିଳାମାନେ ବିରୋଧ କରିଥିଲେ। ଏହାଫଳରେ ମଦ ମାଫିଆମାନେ ମହିଳାମାନଙ୍କୁ ଖରାପ ଭାଷା ଗାଳିଗୁଲଜ କରିଥିଲେ। ତେଣୁ ସେମାନେ ବାଧ୍ୟ ହୋଇ ପାଟଣା ଅବକାରୀ ଥାନା ଘେରାଉ କରିଥିଲେ। ପାଟଣା ଅବକାରୀ ଥାନା ଅଞ୍ଚଳ ଏବେ ଚୋରା ମଦ ବେପାରୀଙ୍କ ପାଇଁ ଅଭୟାରଣ୍ୟ ପାଲଟିଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଦେଖାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories