www.samajalive.in
Sunday, December 14, 2025
19.1 C
Bhubaneswar

ଦିବାକର ପଟ୍ଟନାୟକ ଉଚ୍ଚତର ଶିକ୍ଷା ଓ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ

ଗୋପାଳପୁର: ଶୃଙ୍ଖଳା, ଗୁଣବତ୍ତା ଓ ଜ୍ଞାନର ନିପୁଣତାରେ ହିଁ ଶିକ୍ଷାନୁଷ୍ଠାନର ଗୈାରବ ବିମଣ୍ଡିତ। ତାହା ହିଁ ତାହାର ନୀତି ଆଦର୍ଶ ଓ ସୁକାର୍ଯ୍ୟାବଳୀରୁ ହିଁ ପ୍ରତ୍ୟୟମାନ ହୋଇଥାଏ ବୋଲି କନିଷି ସ୍ଥିତ ଦିବାକର ପଟ୍ଟନାୟକ ଉଚ୍ଚତର ଶିକ୍ଷା ଓ ପ୍ରତିଷ୍ଠାନର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗିତାଞଳୀ ଦାସ ମତପୋଷଣ କରିଥିଲେ। ପ୍ରତିଷ୍ଠାନର ଅଧକ୍ଷା ଡ଼ ସରୋଜିନୀ ବରାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼ ଲକ୍ଷ୍ମିକାନ୍ତ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସକରାତ୍ମକ ଭାବନାରେ ବ୍ୟକ୍ତିର‌ ପ୍ରକୃତ ବ୍ୟକ୍ତିତ୍ଵ ପରିପ୍ରକାଶ ହୋଇଥାଏ ବୋଲି ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ଯୋଗ ଦେଇ ମଣିଷର ପ୍ରକୃତ ଅର୍ଥ ହେଉଛି ନୈତିକତା, ଦକ୍ଷତା ଓ ଉଦାରତା ବୋଲି ମତପୋଷଣ କରିଥିଲେ। ଏହି ଅବସରରେ ଅଧକ୍ଷା ଡ଼ ବରାଇ କହିଥିଲେ ଯେ ଛାତ୍ର ଶିକ୍ଷକମାନେ ସଦାସର୍ବଦା ଶିକ୍ଷଣ ଉପରେ ଗୁରୁତ୍ବ ଦେଲେ ହିଁ ଉତ୍ତମ ଶିକ୍ଷକ ହୋଇ ପାରିବ ବୋଲି ମତପୋଷଣ କରିଥିଲେ। ଛାତ୍ର ସଂସଦ ଉପଦେଷ୍ଟା ଡ଼ ଶ୍ରିକାନ୍ତ ପାଇକରାୟ କହିଥିଲେ ଯେ ଶିକ୍ଷକ ମାନେ ସ୍ବଛ ଓ ନିର୍ମଳ ଭାବ ସମ୍ପନ୍ନ ହେବା ପାଇଁ ଆହ୍ବାନ ଦେଇଥିଲେ। ଛାତ୍ର ସଂସଦ ସମ୍ପାଦକ ଅର୍ଚ୍ଚନା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ସଂଗ୍ରାମ ଜେନା ପ୍ରମୁଖ ମଞ୍ଚାସିନ ରହିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ବିଦ୍ୟାର୍ଥୀମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶ୍ରିକାନ୍ତ ପାଢି ଓ ଡ୍ରାମାଟିକରେ ଅର୍ପିତା ସେଠୀଙ୍କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା। ଶ୍ରିକାନ୍ତ ପାଇକରାୟଙ୍କ ଦ୍ଵାରା ରଚିତ ଆକ୍ସନ ରିସର୍ଚ୍ଚ ଆଣ୍ଡ ସ୍କୁଲ ଆଡିମିନଷ୍ଟେସନ ବହିକୁ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା। ସୁମନ ପଟ୍ଟନାୟକଙ୍କ ଦ୍ଵାରା ନିର୍ଦ୍ଦେଶିତ ଓ ଶଙ୍କର ତ୍ରିପାଠୀଙ୍କ ଦ୍ଵାରା ଲିଖିତ ଉତ୍ତର ପୁରୁଷ ନାଟକ ବିଦ୍ୟାର୍ଥୀଙ୍କ ଦ୍ଵାରା ମଞ୍ଚସ୍ଥ ହୋଇଥିଲା।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories