www.samajalive.in
Monday, December 15, 2025
24.1 C
Bhubaneswar

କାଳବୈଶାଖୀ ଭୟ-ଡଙ୍ଗା ଛାଡି ପାଦଚଲା ରାସ୍ତା ଆପଣଉଛନ୍ତି ଆଦିବାସୀ

ପାତ୍ରପୁର: ପାତ୍ରପୁର ବ୍ଲକ ବାଘଲଟି ମଧ୍ୟମ ଜଳସେଚନ ଯୋଜନାର ଉପର ମୁଣ୍ଡରେ ବସବାସ କରୁଥିବା ଆଦିବାସୀ ଲୋକ ଜଳଭଣ୍ଡାର ଦେଇ ଦେଶୀ ଡଙ୍ଗାରେ ଯାତାୟାତର ଅଘଟଣକୁ ଦେଖି ଦୁଇଟି ଯନ୍ତ୍ର ଚାଳିତ ଡଙ୍ଗା ଯୋଗାଇ ଦିଆଯାଇଛି। ତେବେ ଗତ କିଛିଦିନ ହେଲା ହଟାଠ କାଳବୈଶାଖୀ ପବନ ବହିବା ସାଙ୍ଗକୁ ଜଳଭଣ୍ଡାରରେ ଅଧିକା ପାଣି ଯୋଗୁଁ ଲୋକମାନେ ପାଦଚଲାରାସ୍ତାକୁ ଭରସା କରୁଛନ୍ତି। ଜଳଭଣ୍ଡାର ଉପରେ ଅଂଶରେ ରହିଥିବା ଆଦିବାସୀମାନେ ଜଳଭଣ୍ଡାରରେ ପାଣି ଭର୍ତ୍ତି ପରେ ପଥ ହରାଇ ହଇରାଣ ହେଉଥିଲେ। ଜଳଭଣ୍ଡାର ଉପର ଅଂଶର ଲୋକଙ୍କ ସବୁଦିନିଆ ରାସ୍ତା ବନ୍ଦ ହେବା ପରେ ପ୍ରାୟ ଦଶ କିଲୋମିଟର ଅଧିକା ପଥ ଅତିକ୍ରମକରି ତାଡକା ସାହି ଦେଇ ଯାତାୟାତ କରୁଥିଲେ। ଏହି ସମୟରେ ଆନ୍ଧ୍ରର କିଛି ଧୀବରଙ୍କୁ ପନ୍ଦର ବର୍ଷ ପୂର୍ବେ ଜଳଭଣ୍ଡାରରୁ ମାଛ ଧରା କାର୍ଯ୍ୟରେ ଲିଜ ନେଇ ଥିବା ସଂସ୍ଥା କାମରେ ଲଗାଇ ଥିଲେ। ଆନ୍ଧ୍ର ଧୀବରମାନେ ଜଳଭଣ୍ଡାର ପାର୍ଶ୍ବରେ ଥିବା ବଡ ବଡ ସିମୁଳି ଗଛ ହାଣି ତାହାର ପଟାରେ ଦେଶୀ ଡଙ୍ଗା ନିର୍ମାଣ କରି ମାଛ ଧରା କାର୍ଯ୍ୟ କରୁଥିଲେ। ଏହି ସମୟରେ କିଛି ଆଦିବାସୀ ତାଙ୍କରି ସଂପର୍ଶରେ ଆସି ଡଙ୍ଗା ବାହିବା କୌଶଳ ଶିଖିବା ସହ ଡଙ୍ଗା ନିର୍ମାଣ କରି ଜିନିଷ ପତ୍ର ସହିତ ଲୋକଙ୍କୁ ଜଳଭଣ୍ଡାର ପାର କରାଉଥିଲେ। ତେବେ ବାରମ୍ବାର ଅଘଟଣ ନେଇ ଖବର ପ୍ରକାଶ ପରେ ଦୁଇଟି ମୋଟର ଚଳିତ କାଠ ଡଙ୍ଗା ନିର୍ମାଣ କରାଯାଇ ବଣ୍ଟନ କରାଯାଇ ଥିଲା। ଏପରିକି ପରବର୍ତ୍ତୀ ସମୟରେ ନିରାପଦ ଯାତ୍ରା ପାଇଁ ଲାଇଫଜାକେଟ ପ୍ରଦାନ କରାଯାଇଥିଲା। ତେବେ ଡଙ୍ଗା ପ୍ରଦାନ ସତ୍ତ୍ବେ କିଛି ଆଦିବାସୀ କୌଣସି କାରଣରୁ ଏହି ଯନ୍ତ୍ର ଚାଳିତ ଡଙ୍ଗାରେ ନଯାଇ ପୂର୍ବ ପରି ଅନ୍ୟ ଲୋକ ଚଳାଉ ଥିବା ଦେଶୀ ଡ଼ଙ୍ଗାରେ ଦେଢେ ଘଣ୍ଟା ଆହୁଲା ମାରି ଜଳଭଣ୍ଡାର ଦେଇ ଯାତାୟାତ କରୁଛନ୍ତି। ଜଳଭଣ୍ଡାରରେ ଡ଼ଙ୍ଗା ଚାଲଣ ବେଳେ କାଳ ବୈଶାଖୀ ଘଟି କେତେବେଳେ ଡ଼ଙ୍ଗା ଓଲଟି ଅନେକଙ୍କ ମୃତ୍ୟୁ ଘଟିଛି। ଡଙ୍ଗାରେ ରୋଗୀର ମୃତ୍ୟୁ ଭଳି ବହୁ ଅଘଟଣ ନଜିର ରହିଛି।

 

- Advertisement -

ତିତଲି ବାତ୍ୟା ପରେ ଏହି ଲୋକଙ୍କ ଅବସ୍ଥା ଦେଖି ଗଜପତି ଜିଲାର ଚାରିଗୋଟି ଆଦିବାସୀ ଗ୍ରାମର ଲୋକଙ୍କୁ ସେଠାକାର ପ୍ରଶାସନ ଅନ୍ୟତ୍ର ସ୍ଥାନାନ୍ତରିତ କରି ଥଇଥାନ କରିଛି। ଏବେ ଜଳଭଣ୍ଡାର ଉପର ଅଂଶରେ ପାତ୍ରପୁର ବ୍ଲକର ଏଲଗଲ, ମାଡୁଆ, ସିରିସିଗଣ୍ଡ, ବେହେରା ପୁଟୁ, ମଝିବଣ, ପ୍ରଭୁତି ଗ୍ରାମର ଲୋକଙ୍କୁ ଅନ୍ୟତ୍ର ଥାଇଥାନ ପାଇଁ ବାରମ୍ବାର ଅଧିକାରୀ ମାନେ ଅଂଚଳ ଗସ୍ତ କରି ଥଇଥାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଥଇଥାନରେ ବିଳମ୍ବ ଯୋଗୁଁ ଲୋକମାନେ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି। ଏହି ସବୁ ଗ୍ରାମର ଲୋକଙ୍କୁ ଏବେ ତୁରିବୁଡି ପଂଚାୟତ ଝଗଡା ପଲ୍ଲୀ ନିକଟରେ ଥଇଥାନ ପାଇଁ ସ୍ଥାନ ଚିନ୍ହହ ହୋଇଛି। ସବୁ ଥର ଭଳି ବାତ୍ୟା ହେବାଆଶଙ୍କା ପରେ ଲୋକଙ୍କ ସ୍ଥାନାନ୍ତରିତ ପାଇଁ କୁହା ଯାଉଛି। ଗତକାଲି ଜଳଭଣ୍ଡାର ଉପର ଅଂଶ ରେ ଥିବା ଗ୍ରାମବାସୀମାନେ କାଳ ବୈଶାଖୀ ଭୟ ଯୋଗୁଁ ଡଙ୍ଗାରେ ନ ଆସି ପ୍ରାୟ କୋଡିଏ କିଲୋମିଟର ପାଦରେ ଚାଲି ଝଗଡା ପଲ୍ଲୀ ପହଞ୍ଚିଥିଲେ। ନିର୍ଦ୍ଧାରିତ ସ୍ଥାନରେ ଘର ନିର୍ମାଣ ନେଇ କିଛି ବ୍ୟକ୍ତିଙ୍କ ସହିତ ଆଲୋଚନାକରି ଫେରିଛନ୍ତି। ଏବେ ଲୋକେ କାଳ ବୈଶାଖୀ ଝଡର ଭୟ ଯୋଗୁଁ ଡ଼ଙ୍ଗା ବଦଳରେ ପାଦଚଲା ରାସ୍ତା ଆପଣାଉଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories