www.samajalive.in
Sunday, December 7, 2025
14.1 C
Bhubaneswar

ଚୁନି ବାନ୍ଧି ନାବାଳିକାଙ୍କ ଆତ୍ମହତ୍ୟା

ପାତ୍ରପୁର: ଜରଡା ଥାନା ତୁରିବୁଡି ପଞ୍ଚାୟତ ବେଙ୍ଗେଇସାହି ଗ୍ରାମର ଜଣେ ନାବାଳିକା ବେକରେ ଚୁନି ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବତୀଜଣକ ବେଙ୍ଗେଇ ସାହି ଗ୍ରାମର ଜଟିଆ ଶବରଙ୍କ ଝିଅ ରଞ୍ଜିତା ଶବର(୧୬)। ରଞ୍ଜିତା ଜଟିଆଙ୍କ ପ୍ରଥମ ପତ୍ନୀଙ୍କ ଦ୍ୱିତୀୟ ଝିଅ ହୋଇଥିବା ବେଳେ ପୂର୍ବରୁ ତାଙ୍କ ମାଆଙ୍କ ମୃତ୍ୟୁ ଘଟିସାରିଛି । ଗତକାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପୁଅର ଏକୋଇସିଆ ଭୋଜିରେ ନାଚବେଳେ ରଞ୍ଜିତା କୁଆଡେ ଏଥିରେ ସାମିଲ ଥିଲେ। ତେବେ ଭୋଜିରୁ ଫେରିବା ପରେ କୌଣସି କାରଣକୁ ନେଇ ରାତିରେ ଘର ଦୋଲାରେ ଚୁନି ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଏହା ଜାଣିବା ପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories