www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରାକ୍ ନିର୍ବାଚନ ହିଂସା ଘଟଣା: ୧୦ ଅଭିଯୁକ୍ତଙ୍କ ସ୍କେଚ ଜାରିକଲା ପୁଲିସ, ୧୦ହଜାର ପୁରସ୍କାର ଘୋଷଣା

ପାତ୍ରପୁର: ପାତ୍ରପୁର ବ୍ଳକ ବାବନପୁର ଗ୍ରାମରେ ଘଟିଥିବା ପ୍ରାକ ନିର୍ବାଚନ ହିଂସା ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ସ୍କେଚ ଜାରି ସହିତ ୧୦ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ଜରଡା ଥାନା ଖମ୍ବାରିଗାଁ ପଞ୍ଚାୟତ ବାବନପୁର ଗ୍ରାମରେ ଗତ ଗୁରୁବାର ଦିନ ଗୋଟିଏ ଗୋଷ୍ଠୀର ଆକ୍ରମଣ ଅନ୍ୟ ଗୋଷ୍ଠୀର ଚାରିଜଣ ଆହତ ହୋଇ ଥିଲେ। ଗ୍ରାମର ଦୁଇ ଗୋଷ୍ଠୀ ନାମାଙ୍କନ ପତ୍ର ଦାଖଲ କରିବାକୁ ଖମ୍ବାରିଗାଁ ପଞ୍ଚାୟତକୁ ଆସି ଥିଲେ। ତେବେ ଗ୍ରାମକୁ ଫେରିବା ବେଳେ ପଥର କ୍ୱ।ରି ନିକଟରେ ଗୋଟିଏ ଗୋଷ୍ଠୀର ସଂଘବଧ ଆକ୍ରମଣରେ ଅନ୍ୟ ଗୋଷ୍ଠୀର ପି.ନକେୟାଙ୍କୁ ମରଣାନ୍ତକ ଆକ୍ରମଣ ପରେ ତାଙ୍କୁ ନିକଟରେ ଥିବା ବିଲ ଭିତରକୁ ଫିଙ୍ଗି ଦେଇଥିଲେ। ତାଙ୍କର ଗୋଡ ହାତ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହା ପରେ ସେହି ଆକ୍ରମଣ କାରି ଲୋକମାନେ ଗ୍ରାମରେ ପହଞ୍ଚି କେ.ଭିମା ରାଓ, କେ.ଶିବା ଏବଂ କେ.କଟେସୁଙ୍କୁ ଆକ୍ରମଣ କରିଥିଲେ।

 

- Advertisement -

ଏହି ଘଟଣାରେ ପି.ନକେୟାଙ୍କ ଅବସ୍ଥାଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଅନ୍ୟମାନଙ୍କୁ ପାତ୍ରପୁର ଓ ବ୍ରହ୍ମପୁରକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ଏନେଇ ଜରଡା ଥାନାରେ ଚଉଦ ଜଣଙ୍କ ନାମରେ ଅଭିଯୋଗ ଦାୟର ହୋଇଥିଲା। ପରବର୍ତ୍ତୀ ସମୟରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜଣେ ନାବାଳକଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲା। ଏହାପରେ ପୁଲିସ ନାବାଳକକୁ ବାଳ ସୁଧାର ଗୃହ ଏବଂ ଅନ୍ୟ ଜଣକୁ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ତଦନ୍ତକୁ ତ୍ବରାନ୍ବୀତ କରି ଘଟଣାରେ ସମ୍ପୃକ୍ତ ମୋଟ ୧୮ଜଣଙ୍କ ନାମରେ ମାମଲା ଦାୟର କରିଥିଲେ। ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଚଢ଼ାଉ ଜାରି ରଖାଯାଇଥିଲା। ଆଜି ପୁଲିସ ପକ୍ଷରୁ ଫେରାର ୧୦ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ସେମାନଙ୍କ ସ୍କେଚ ଜାରି କରାଯାଇଛି। ଏହାସହିତ ପ୍ରତେକ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସରେ ଖବର ଦେଲେ ୧୦ ହଜାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି। ସୂଚନା କାରୀଙ୍କ ନାମ ଗୋପନ ରଖାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଫେରାଥିବା ଅଭିଯୁକ୍ତମାନେ ହେଲେ କେ.ସୁନ୍ଦର ରାଓ, ଏ.ଉମାପତି, ଏ.ବୈରାଗୀ, ଜି.କେଇରା, କେ.ଦୁର୍ଯ୍ୟୋଧନ, କେ.ସନ୍ତୋଷ, କେ.କୁମାର ସ୍ୱାମୀ, କେ.ଡିଲି ରାଓ, ଟି.ଡାଳେୟା ଏବଂ କେ.ଦୁର୍ଯ୍ୟୋଧନ। ଘଟଣା ଦିନ ଠାରୁ ପୋଲିସ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ହୋଇ ଯାଇଛି। ଗ୍ରାମରେ ଦୀର୍ଘଦିନ ହେଲା ଦୁଇ ଗୋଷ୍ଠୀ ଭିତରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିବାରୁ ଏଭଳି ଆକ୍ରମଣ ହୋଇଥିବା ଜଣାପଡ଼ିଛି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories