ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକ ମୃତ
ପାତ୍ରପୁର: ଜରଡା ଥାନା ପାତ୍ରପୁର ଗ୍ରାମର ଜଣେ ଦଳିତ ଯୁବକଙ୍କ ବେଙ୍ଗାଲୁରୁଠାରେ ମୁତ୍ୟୁ ଘଟିଛି। ସେ ଗ୍ରାମର ଡମ୍ବରୁ ସେଠୀଙ୍କ ୨ୟ ପୁତ୍ର ଦୀପକ ସେଠୀ(୧୯) ବୋଲି ଜଣା ପଡିଛି। ଦୀପକ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ରବିବାର ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ପ୍ରକାରେ, ନିଜ ବଡଭାଇ ଓ ଗ୍ରାମର କିଛି ସାଙ୍ଗମାନଙ୍କ ସହ ଦୀପକ ଏକ ଘରୋଇ କମ୍ପାନୀରେ ସୁପରଭାଇଜର ଭାବେ କାମ କରୁଥିଲେ। ଶନିବାର ଦୀପକଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଚିକିତ୍ସା କରି ଫେରିଥିଲେ। ସକାଳୁ ସେ ନ ଉଠିବାରୁ ତାଙ୍କ ସହିତ ରହୁଥିବା ସାଙ୍ଗମାନେ ତାଙ୍କୁ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଜଣାପଡିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Comments are closed.