www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ରୀଭରତପତି ମହାବିଦ୍ୟାଳୟରେ ଆଲୋଚନାଚକ୍ର

ପାତ୍ରପୁର: ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀଭରତପତି ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ “ଡିଟେଲ ଷ୍ଟଡି ଅଫ ମେଣ୍ଡେଲିଆନ ପ୍ରିନ୍ସିପଲ ଆଣ୍ଡ ଷ୍ଟ୍ରକଚର ଅଫ ଡିଏନଏ “ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗର ଦୁଇଜଣ ଛାତ୍ରୀ ଅନିଶା କୁମାରୀ ସାହୁ ଏବଂ ଶୁଭଶ୍ରୀ ଦାସ ଆଲୋଚନାରେ ଭାଗନେଇ ନିଜର ସନ୍ଦର୍ଭ ଉପସ୍ଥାପନା କରିଥିଲେ। ବିଭାଗୀୟ ମୁଖ୍ୟ ଡଃ.ଜୟପ୍ରକାଶ ପାଢ଼ୀ ଓ ଅଧ୍ୟାପିକା ନିରୂପମା କଣ୍ଡଗୌରୀ ଛାତ୍ରୀ ଦୁହିଁଙ୍କୁ ଗାଇଡ଼ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ.ସୁଙ୍କୁରୁ ମାଝୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟ ଆଲୋଚନାଚକ୍ରରେ ଯୋଗଦେଇଥିବାବେଳେ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ତପନ କୁମାର ପ୍ରଧାନ ସହଯୋଗ କରିଥିଲେ। ଏହି ଅବସରରେ ପଦାର୍ଥ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories