www.samajalive.in
Monday, December 15, 2025
16.1 C
Bhubaneswar

ବାହୁଦା କେନାଲରେ ପାଣି ତଳ ଅଂଶକୁ ପହଞ୍ଚିଲା

ପାତ୍ରପୁର: ବାହୁଦା ନଦୀର କେ ନୂଆଗାଁ ଉପରମୁଣ୍ଡ ନିକଟରେ ନିର୍ମିତ କଳିଙ୍ଗଦଳା ପ୍ରକଳ୍ପ ପାଣି ତଳ ଅଂଶରେ ପହଞ୍ଚିବା ପରେ ଚାଷୀ ମହଲରେ ଆନନ୍ଦ ପ୍ରକାଶ ପାଇଛି। କଳିଙ୍ଗଦଳା ପ୍ରକଳ୍ପରୁ ବହୁଦା କେନାଲ ମାଧ୍ୟମରେ ପାତ୍ରପୁର ଦେଇ ବି ନୂଆଗାଁ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରାୟ ୨୫ କିଲୋମିଟର କେନାଲ ରହିଛି। ଏହି କେନାଲ ମାଧ୍ୟମରେ ଖରିଫ ଋତୁରେ ଚିକିଟି ଏବଂ ପାତ୍ରପୁର ବ୍ଳକର ୩୩୭୮ହେକ୍ଟର ଜମିକୁ ଚାଷ ପାଇଁ ପାଣି ମିଳୁଛି। ତେବେ କେନାଲ ଶେଷ ଅଂଶ ୨୫ କିଲୋମିଟର ଦୂରରେ ବି ନୂଆଗାଁ ପଞ୍ଚାୟତର ଜମି ରହିଛି। ଚଳିତ ବର୍ଷ ବିଳମ୍ବରେ ବର୍ଷାଯୋଗୁଁ ଏବେ ଅଞ୍ଚଳରେ ଧାନ ରୁଆ ଚାଲିଛି। ତେବେ ବି ନୂଆଗାଁ ପଞ୍ଚାୟତକୁ ଯାଇଥିବା କେନାଲର ଶେଷ ଅଂଶର ପଥରେ କେତେକ କାରଣରୁ ବିଗତ ଦୁଇ ବର୍ଷ ହେଲା ଠିକ ଭାବେ ପାଣି ମିଳି ପାରିନଥିବା ଅଭିଯୋଗ ହେଉଥିଲା। ଯାହାରି ଫଳରେ ଜମି ପଡିଆ ପଡୁଥିବା ଅଭିଯୋଗ ହେଉଥିଲା। ଏହାକୁ ଦେଖି ଜଳସେଚନ ବିଭାଗ ଚଳିତ ବର୍ଷ ପାଣି ପହଞ୍ଚାଇବାକୁ ଉଦ୍ୟମ କରିଥିଲେ। ଯାହା ଫଳରେ କେନାଲରେ ତଳ ଅଂଶକୁ ପାଣି ପହଞ୍ଚିବା ଫଳରେ ପାଞ୍ଚରୁ ଊର୍ଦ୍ଧ୍ବ ଗ୍ରାମର ୨୫୦ ହେକ୍ଟର ଜମି ଜଳସେଚିତ ହୋଇପାରିବ ବୋଲି ଚିକିଟି ଖଣ୍ଡ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଂଜୀବ କୁମାର ଦାସ ଶର୍ମା କହିଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories