www.samajalive.in
Saturday, December 13, 2025
26.1 C
Bhubaneswar

ମାଗଣା ଉପହାର : ବିଶେଷଜ୍ଞ କମିଟି ଓ ସର୍ବଦଳୀୟ ବୈଠକ ନେଇ ସୁପ୍ରିମକୋର୍ଟଙ୍କ ଆହ୍ୱାନ

ନୂଆଦିଲ୍ଲୀ :  ଲୋକମାନଙ୍କୁ ମାଗଣାରେ ଦିଆଯାଉଥିବା ଉପହାର ଗୁଡ଼ିକ ବିଷୟରେ ଆଲୋଚନା ପାଇଁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଓ ସର୍ବଦଳୀୟ ବୈଠକ ଡକାଇବାକୁ ଆହ୍ୱାନ ଦେଇଛନ୍ତି । ପ୍ରଧାନ ବିଚାରପତି ଏନ୍‍.ଭି. ରମଣାଙ୍କର କାର୍ଯ୍ୟକାଳ ଶୁକ୍ରବାର ସଂପୂର୍ଣ୍ଣ ହେଉଥିବାରୁ ଏହି ନିର୍ଦ୍ଦେଶର ଲାଇଭ୍‍ ଷ୍ଟ୍ରିମିଙ୍ଗ୍‍ ହୋଇଛି, ଯାହା ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ବିଚାର ହେବାକୁ ଥିବା ୨୦ଟି ମାମଲା ମଧ୍ୟରେ ଲୋକମାନଙ୍କୁ ମାଗଣାରେ ଦିଆଯାଉଥିବା ଉପହାର ବିଷୟ ସ୍ଥାନ ପାଇଛି । ଯେଉଁ ରାଜନୈତିକ ଦଳମାନେ ନିର୍ବାଚନ ସମୟରେ କିମ୍ବା ପରବର୍ତ୍ତୀ ସମୟରେ ଲୋକମାନଙ୍କୁ ମାଗଣାରେ ଉପହାରମାନ ପ୍ରଦାନ କରିବା ଲାଗି ପ୍ରତିଶ୍ରୁତି ଦେଉଛନ୍ତି, ସେମାନଙ୍କ ପଞ୍ଜିକରଣ ରଦ୍ଦ କରିବା ବିଷୟ ଲୋଡ଼ି ଏକ ଆବେଦନ ହୋଇଥିଲା । ପ୍ରଧାନ ବିଚାରପତି କହିଛନ୍ତି ମତଦାନ ବ୍ୟବସ୍ଥା ଥିବା ଏକ ଗଣତନ୍ତ୍ରରେ ପ୍ରକୃତ ଶକ୍ତି ମତଦାତାମାନଙ୍କ ପାଖରେ ନିହିତ ଥିବାକୁ କେବେ ଅସ୍ୱୀକାର କରାଯାଇ ପାରିବ ନାହିଁ । ମତଦାତାମାନେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଉପରେ ବିଚାର କରି ମତଦାନ କରିଥାନ୍ତି ।
ପ୍ରଧାନ ବିଚାରପତି କହିଛନ୍ତି ସମାନ ଧରଣର ଏକ ମାମଲା ସଂକ୍ରାନ୍ତରେ ୨୦୧୩ରେ ଦିଆଯାଇଥିବା ରାୟର ପୁନର୍ବିଚାର କରାଯିବା ଲାଗି ହୋଇଥିବା ଏକ ଆବେଦନ ଉପରେ ଏକ ୩ ଜଣିଆ ଖଣ୍ଡପୀଠ ନିଷ୍ପତ୍ତି ନେବେ। ନିର୍ବାଚନ ସମୟରେ ଟେଲିଭିଜନ କିମ୍ବା ଲ୍ୟାପ୍‍ଟପ୍‍ ବଣ୍ଟାଯିବା ପାଇଁ ରାଜନୈତିକ ଦଳମାନେ କରୁଥିବା ଘୋଷଣା ଦୁର୍ନୀତିରେ ଗଣାଯିବ ନାହିଁ ଓ ଏହା ନାଗରିକମାନଙ୍କ ସୁରକ୍ଷା ପାଇଁ ରାଷ୍ଟ୍ରୀୟ ନୀତି ନିର୍ଦେଶାବଳୀ(ଡାଇରେକ୍ଟିଭ୍‍ ପ୍ରିନ୍ସପୁଲ୍‍ସ୍‍ ଅଫ୍‍ ଷ୍ଟେଟ୍‍ ପଲିସ୍‍) ସହ ଜଡ଼ିତ ନୁହେଁ ବୋଲି ସେହି ରାୟରେ କୁହାଯାଇଥିଲା ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories