www.samajalive.in
Monday, December 8, 2025
27.1 C
Bhubaneswar

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ବୌଦ୍ଧ  : ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକୀୟ ଅନୁମତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅପରାହ୍ନରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଏହି ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ୫ ଟି ପର୍ଯ୍ୟାୟରେ ସଂପାଦିତ ହେବ। ୦-୩୫ କିଲୋମିଟର ପର୍ଯ୍ୟନ୍ତ (୯.୦୯୫ ହେକ୍ଟର ଜଙ୍ଗଲ ଜମି) ହେବାକୁଥିବା ରେଳ ଲାଇନ ପ୍ରକଳ୍ପକୁ ଷ୍ଟେଜ-୧ ଓ ଷ୍ଟେଜ୍-୨ ଅନୁମତି ମିଳିସାରିଛି।
ସେହିପରି ୩୬-୧୧୨ କିଲୋମିଟର (୫୯.୭୧୭ ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପକୁ ମଧ୍ୟ ଷ୍ଟେଜ୍-୧ ଓ ଷ୍ଟେଜ୍-୨ ଅନୁ ମତି ମିଳିସାରିଛି। ପୂର୍ବତଟ ରେଳପଥ ଏହି କାର୍ଯ୍ୟ ଆରମ୍ଭ କରିବାରେ କୌଣସି ସମସ୍ୟା ନାହିଁ। ନୟାଗଡ ଜିଲା ବନଖଣ୍ଡ ଅନ୍ତର୍ଗତ ୧୧୨-୧୪୩ କିଲୋମିଟର (୧୯୨.୨୮୯ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ହେବାକୁଥିବା ରେଳ ଲାଇନ ପ୍ରକଳ୍ପକୁ ଅଦ୍ୟାବଧି ଷ୍ଟେଜ୍ -୧ ଅନୁମତି ମିଳିପାରିନାହିଁ।
ସେହିପରି ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ  ୧୪୩ – ୧୮୦ କିଲୋମିଟର(୩୦୨.୩୨୯ ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ହେବାକୁଥିବା ରେଳ ଲାଇନ ପ୍ରକଳ୍ପକୁ ମଧ୍ୟ ଷ୍ଟେଜ୍-୧ ଅନୁମତି ମିଳିପାରିନାହିଁ। ଏ ସଂପର୍କରେ ବୈଠକରେ ପୁଙ୍ଖାନୁପୁ୍ଙ୍ଖ ଆଲୋଚନା ହୋଇଥିଲା। ଭାରତ ସରକାରଙ୍କ ସଂପୃକ୍ତ ବିଭାଗ ସହ ତୁରନ୍ତ ଯୋଗାଯୋଗ କରି ଚଳିତ ଅଗଷ୍ଟ ମାସ ଶେଷ ସୁଦ୍ଧା ଷ୍ଟେଜ୍-୧ ଅନୁମତି ଆଣିବା ପାଇଁ ଯଥାବିଦ୍ଧି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀଅମାତ ମୁଖ୍ୟ ବନସଂରକ୍ଷକ  ଜି .ରାଜେଶ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ୧୮୦-୨୩୮ କିଲୋମିଟର (୧୩.୨୨ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପକୁ ଷ୍ଟେଜ୍-୧ ଅନୁମତି ମିଳିସାରିଛି। ସୁବର୍ଣ୍ଣପୁର ଓ ବଲାଙ୍ଗୀର ବନଖଣ୍ଡ ଅନ୍ତର୍ଗତ ୨୩୮-୨୮୯ କିଲୋମିଟର(୬୯.୭୭ ହେକ୍ଟର ଜଙ୍ଗଲ ଜମି) ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପକୁ ଷ୍ଟେଜ୍ -୧ ଅନୁମତି ମିଳିସାରିଛି ବୋଲି ବୈଠକ ସୁତରୁ ପ୍ରକାଶ। ଏହି ପ୍ରକଳ୍ପ ଶେଷ ହେଲେ ଖୋର୍ଦ୍ଧା,ନୟାଗଡ,ବୌଦ୍ଧ,ସୁବର୍ଣ୍ଣପୁର ଓ ବଲାଙ୍ଗୀର ଏବଂ ଆଖପାଖ ଜିଲାର ଜନସାଧାରଣ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀଅମାତ ଉଲ୍ଲେଖ କରିଛନ୍ତି। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦିପ କୁମାର ରାଉତଙ୍କ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories