www.samajalive.in
Sunday, December 7, 2025
14.1 C
Bhubaneswar

ବର୍ଷାରେ ବେହାଲ ବିହାର,୧୫ଟି ଜିଲାକୁ ରେଡ଼ ଆଲର୍ଟ ଜାରି

ପାଟଣା: ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିହାରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ଏନେଇ ରବିବାର ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୫ଟି ଜିଲାକୁ ରେଡ଼ ଆଲର୍ଟ ଜାରି କରିଥିବା ବେଳେ ୧୦ଟି ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ହେବା କାରଣରୁ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି କିଛି ଜିଲାର ସ୍କୁଲ ଓ ଅଙ୍ଗନବାଡ଼ିକୁ ଆଗାମୀ ୨ ଦିନ ପାଇଁ ବନ୍ଦ ରଖାଯାଇଛି। ସେହିଭଳି ବିହାରକୁ ଯାତାୟାତ କରୁଥିବା କିଛି ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି। ଏନଡ଼ିଆରଏଫ ଓ ସେନା ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି। ଏତଦ୍‍ ବ୍ୟତୀତ ନାଳଗୁଡ଼ିକ ଓ ହସ୍ପିଟାଲ ପରିସର ମଧ୍ୟ ଜଳାର୍ଣ୍ଣବ ହୋଇଛି। ବିହାର ସରକାରଙ୍କ ଜଳ ସମ୍ବଳ ବିଭାଗ ଅନୁସାରେ ଗଙ୍ଗା, କମଳା, ବଲାନ, ବାଗମତୀ ନଦୀର କିଛି ସ୍ଥାନରେ ଜଳ ବିପଦ ସଂକେତ ଦେଇ ପ୍ରବାହିତ ହେଉଥିବା ସୂଚନା ମିଳିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories