ସାହାରପଡାରେ ଗଡ଼ିଲା କୃଷି ରଥ, ଲୋକନୃତ୍ୟରେ ଚାଷୀଙ୍କୁ କରିବ ସଚେତନ

ପାଟଣା : କେନ୍ଦୁଝର ଜିଲା ସାହାରପଡା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା କୃଷି ରଥ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇ ପତାକା ହଲାଇ ଉଦଘାଟନ କରିଥିଲେ। ସାହାରପଡା ବ୍ଲକ ଜିଲା ପରିଷଦ ସଭ୍ୟ ବୁଦ୍ଧଦେବ ମହାକୁଡ଼, ବ୍ଲକ ଉନ୍ନୟନ ଅଧିକାରୀ ମାଧବଚନ୍ଦ୍ର ବିରୁଆ,ବ୍ଲକ କୃଷକ ଉପଦେଷ୍ଟା କମିଟି ସଭାପତି ହୃଷିକେଶ ମହାନ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

prayash

ରାଜ୍ୟ କୃଷି ବିଭାଗ ପକ୍ଷରୁ କୃଷକ ମାନଙ୍କ ହିତ ନିମନ୍ତେ ରାଜ୍ୟ କୃଷି ବିଭାଗ ବହୁ କାର୍ଯ୍ୟକ୍ରମ ଚାଲୁ ରହିଛି। ଯାହାକୁ କାଳିଆ,ବଳିଆ,ବଳରାମ,ସଫଳ, ମୋ-ସୁଗମ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାନ ଯୋଜନା ଆଜି ଏହି ରଥ ମାଧ୍ୟମରେ ଲୋକନୃତ୍ୟରେ ଚାଷୀଙ୍କୁ ସଚେତନ କରାଯିବ। ଏହି କୃଷି ରଥ ସାହାରପଡା ବ୍ଲକରେ ୬ଦିନ ଧରି ପ୍ରତ୍ୟେକ ପଞ୍ଚାୟତ କୁ ଭ୍ରମଣ କରିବ। ରଥ ସହିତ କୃଷି ବିଭାଗ କର୍ମଚାରୀ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତ ର ଚାଷୀ ମାନ ଙ୍କୁ ଆଧୁନିକ କୃଷି ଜ୍ଞାନ କୌଶଳ ସମ୍ୱଦ୍ଧ ରେ ସଚେତନ କରିବେ। ମୁଖ୍ୟ ଜିଲା କୃଷି ଅଧିକାରୀ କେନ୍ଦୁଝରଙ୍କ ସୌଜନ୍ୟରୁ ଆୟୋଜନ କାର୍ଯ୍ୟକ୍ରମକୁ ବ୍ଲକ କୃଷି ଅଧିକାରୀ ସୁମନ୍ତ କୁମାର ନାଏକ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ କୃଷି ବିଭାଗର କର୍ମଚାରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ।

Comments are closed.