ପାଟଣା: ଢେଙ୍କିକୋଟ ଫାଣ୍ଡି ଅଞ୍ଚଳ ୨୦ନଂ ଜାତୀୟ ରାଜପଥ ଅନ୍ତର୍ଗତ ସାନବରବେଡା ଛକ ନିକଟରେ ଶନିବାର ସକାଳ ସମୟରେ କଟକ ଯାଉଥିବା ଏକ କାର ଓ ପିକ୍ଅପ ମୁହାଁ ମୁହିଁ ଧକ୍କା ହେବା ଫଳରେ କାରରେ ଥିବା ୨ ଜଣ ଓ ପିକ୍ଅପରେ ଥିବା ୫ ଜଣ ଆହତ ହୋଇଛନ୍ତି। ପିକଅପଟି ଭୁଲ ରାସ୍ତାରେ ଆସୁଥିବାରୁ ଦୁର୍ଘଟଣା ଘଟିଛି। ବର୍ଷା ସମୟରେ ପରସ୍ପର ସାମ୍ନା ଗାଡ଼ିକୁ ଠିକ ଭାବେ ଦେଖିନପାରିବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ପ୍ରଥମେ ଘଟଗାଁ ଓ ପରେ କେନ୍ଦୁଝର ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଢେଙ୍କିକୋଟ ପୁଲିସ ଗାଡ଼ି ୨ଟିକୁ ଜବତ କରିଛନ୍ତି।
Popular Categories



