ପାଟଣା: ଢେଙ୍କିକୋଟ ସ୍ଥିତ ସତ୍ୟନାରାୟଣ ବିଦ୍ୟାପୀଠ ପରିସରରେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାୟୋଜିତ କୃମିନାଶକ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ମାନଙ୍କରେ ଆଗାମୀ ଅଗଷ୍ଟ ମାସ ୧୨ ଓ ୧୯ ତାରିଖ ଏହି ଦୁଇ ଦିନରେ ୬ରୁ ୧୯ ବର୍ଷ ବୟସର ଛାତ୍ରଛାତ୍ରୀ ମାନଙ୍କୁ କୃମିନାଶକ ବଟିକା ଆଲବେଣ୍ଡଜଲ୍ ଖୁଆଯିବା ପାଇଁ ପ୍ରଧାନଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ଗଦାଧରପୁର, ସାନ୍ତରାପୁର, ଢେଙ୍କିକୋଟ, ଘଟଗାଁ ଆଦି ସାଧନ କେନ୍ଦ୍ର ବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ବ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀମାନେ ତାଲିମରେ ଭାଗ ନେଇଥିବା ବେଳେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଏନ୍ଏଲଡ଼ବଲ୍ୟୁ ହେମନ୍ତ ବାରିକ୍, ଆୟୁଷ ଡାକ୍ତର ରଶ୍ମିରଞ୍ଜିତା ଜେନା, ପଣ୍ଡାପଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ନନ୍ଦିତା ମହାନ୍ତ ଓ ଢେଙ୍କିକୋଟ ସ୍ବାସ୍ଥ୍ୟ ପରିଦର୍ଶକ ଅରୁପାନନ୍ଦ ସେଠୀ ପ୍ରମୁଖ କୃମିନାଶକ ପ୍ରକ୍ରିୟା ଓ ତାଲିମ ପ୍ରଦାନ କରିଥିଲେ।
Popular Categories



