www.samajalive.in
Sunday, December 14, 2025
23.1 C
Bhubaneswar

ବାଇକ ଚୋରି ଅଭିଯୋଗରେ ଯୁବକ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଭଣ୍ଡାରିବିଲ୍ଲା ଗ୍ରାମର ଜଣେ ଯୁବକକୁ ପାଟଣା ପୁଲିସ ବାଇକ୍ ଚୋରି ଅଭିଯୋଗରେ ଗିରଫ କରିଛି। ଗିରଫ ଯୁବକ ଭଣ୍ଡାରିବିଲ୍ଲା ଗ୍ରାମର ଦାସରଥି ମହାନ୍ତ ଓରଫ୍ କୁନା ବୋଲି ଜଣାପଡିଛି। ଅଭିଯୋଗ ଅନୁଯାୟୀ ସେ ଗତ ମଇ ୩୦ ତାରିଖରେ ତେଣ୍ଡରା ଛକରୁ ବ୍ରଜମୋହନ ପଇଦାଙ୍କ ବାଇକଟି ଚୋରି କରି ନେଇ ଫେରାର ହୋଇ ଯାଇଥିଲା। ଅଭିଯୁକ୍ତ ଦାସରଥି ମହାନ୍ତ ଘରେ ଥିବା ଜାଣି ପୁଲିସ ଭଣ୍ଡାରିବିଲ୍ଲା ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ଦାସରଥି ମହାନ୍ତଙ୍କୁ ଗିରଫ କରିଥିଲା। ପୁଲିସ ଅଭିଯୁକ୍ତକୁ ଜେରା କରିବା ପରେ ବାଇକ ଚୋରି କରିବା ଅଭିଯୋଗରେ ସଂପୃକ୍ତ ଯୁବକକୁ କୋର୍ଟ ଚାଲାଣ କରିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories