ପୋଖରୀରେ ବୁଡି ବିଧବା ମହିଳା ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଶୁଳି ଗ୍ରାମରେ ଜଣେ ବିଧବା ମହିଳା ଗ୍ରାମ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ଗ୍ରାମର ଜିଙ୍ଗି ମୁଣ୍ଡା (୫୦) ବୋଲି ଜଣାପଡିଛି। ସେ ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗଭୀର ପାଣିରେ ବୁଡି ଯାଇଥିଲେ। ସେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ତେବେ ତାଙ୍କ ଶବ ପୋଖରୀ ଭାସୁଥିବା ଦେଖି ଗ୍ରାମର କିଛି ଲୋକ ତାଙ୍କ ପରିବାର ଓ ତୁରୁମୁଙ୍ଗା ଥାନାକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ଥାନା ଏଏସ୍ଆଇ ନରେଶ ଓରାମ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ତୁରୁମୁଙ୍ଗା ଥାନା ରେ ୨୧/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
Comments are closed.